ବସ୍‌ରେ ସ୍ତ୍ରୀକୁ ଛାଡି ଚମ୍ପଟ ମାରିଲା ସ୍ୱାମୀ

ବିନିକା (ଦୀଲ୍ଲିପ କୁମାର ସାହୁ): ବସ୍‌ରେ ସ୍ତ୍ରୀକୁ ଛାଡ଼ି ଚମ୍ପଟ ମାରିଲା ସ୍ୱାମୀ। ଏପରି ଘଟଣା ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ଦୀର୍ଘ ସମୟ ଧରି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଚମ୍ପଟ ମାରିଥିବା ସ୍ୱାମୀଙ୍କ ପତ୍ତା ପାଇନି। ବିନିକା ଥାନା ଅଞ୍ଚଳର ରୁବୀ(ଛଦ୍ମନାମ) ଭେଡେନ୍‌ ଆଇଟିଆଇରେ ପଢ଼ୁଥିଲେ। ସେଠାରେ ତାଙ୍କର ବରଗଡ ଜିଲ୍ଲା ଭେଡେନ […]

Binika

  • Published: Saturday, 15 October 2022
  • , Updated: 15 October 2022, 10:03 PM IST

ବିନିକା (ଦୀଲ୍ଲିପ କୁମାର ସାହୁ): ବସ୍‌ରେ ସ୍ତ୍ରୀକୁ ଛାଡ଼ି ଚମ୍ପଟ ମାରିଲା ସ୍ୱାମୀ। ଏପରି ଘଟଣା ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ଦୀର୍ଘ ସମୟ ଧରି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଚମ୍ପଟ ମାରିଥିବା ସ୍ୱାମୀଙ୍କ ପତ୍ତା ପାଇନି।

ବିନିକା ଥାନା ଅଞ୍ଚଳର ରୁବୀ(ଛଦ୍ମନାମ) ଭେଡେନ୍‌ ଆଇଟିଆଇରେ ପଢ଼ୁଥିଲେ। ସେଠାରେ ତାଙ୍କର ବରଗଡ ଜିଲ୍ଲା ଭେଡେନ ଥାନା ବାଘପାଲି ଗାଁର ଜିତୁ ଦେହେରୀଙ୍କ ସହ ଦେଖା ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏହାରି ଭିତରେ ରୁବୀଙ୍କର ଅନ୍ୟତ୍ର ବାହାଘର ଠିକ୍‌ ହୋଇଯାଇଥିଲା। ଏପରିକି ନିର୍ବନ୍ଧ ସରିଥିଲା। ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା।

ହାତଗଣ୍ଠି ପଡ଼ିବାକୁ ୪ ଦିନ ବାକି ଥିଲା। ଜିତୁଙ୍କ ସହିତ ରୁବୀ ଘରୁ ପଳାଇ ଯାଇଥିଲେ। ଉଭୟ ତାମିଲନାଡ଼ୁ ପଳାଇ ଯାଇଥିଲେ। ସେଠାରେ ଦୁଇ ମାସ ରହିବା ପରେ ଉଭୟ ଭୁବନେଶ୍ୱର ପଳାଇ ଆସିଥିଲେ। ରଘୁନାଥପୁରରେ ଘର ଭଡ଼ା ନେଇ ରହୁଥିଲେ। ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ। ଉଭୟ ଭୁବନେଶ୍ୱରରେ ଦୁଇ ବର୍ଷ ଧରି ରହିଥିଲେ। ଏହାରି ଭିତରେ ପାଖରେ ଥିବା ଟଙ୍କା ସରିସରି ଆସୁଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ରୁବୀଠାରୁ ଦୂରେଇବା ପାଇଁ ଜିତୁ ଚାହୁଁଥିଲେ। ସେଥିପାଇଁ ଯୋଜନା କରିଥିଲେ।

ରେଜିଷ୍ଟ୍ରି ମ୍ୟାରେଜ କରିବାର ବାହାନା କରି ରୁବୀକୁ ମନାଇଥିଲା ଜିତୁ। ଆଉ ସେଥିରେ ରାଜି ହୋଇଥିଲେ ରୁବୀ। ଏହା ପରେ ଉଭୟ ଗୁରୁବାର ରାତିରେ ବସ୍‌ରେ ବିନିକା ଅଭିମୁଖେ ବାହାରିଲେ। ଶୁକ୍ରବାର ଭୋରୁ ସମୟରେ ଷ୍ଟାଣ୍ଡରେ ପହଞ୍ଚିଲା ବସ୍‌। ପ୍ରଥମେ ଜିତୁ ବସ୍‌ରୁ ଓହ୍ଲାଇଲେ। କିନ୍ତୁ ରୁବୀକୁ ନଓହ୍ଲାଇବା ପାଇଁ କହିଥିଲେ ଜିତୁ। ତାଙ୍କ କଥା ମାନି ରୁବୀ ବସ୍‌ରୁ ଓହ୍ଲାଇନଥିଲେ। ଜିତୁ ଓହ୍ଲାଇଥିବା ବେଳେ ବସ୍‌ ଛାଡ଼ି ଦେଇଥିଲା। ଏହାପରେ ରବୀ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ତା’ରଠାରୁ ଜିତୁଙ୍କ ଖୋଜଖବର ପାଉନାହାନ୍ତି। ଜିତୁ ତାଙ୍କ ମୋବାଇଲ୍‌ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।

ବସ୍‌ଷ୍ଟାଣ୍ଡରେ ବହୁ ସବୟ ଧରି ଅପେକ୍ଷା କରିବା ପରେ ରୁବୀ ପରିବାର ଲୋକଙ୍କ ପାଖକୁ ଫୋନ୍‌ କରିଥିଲେ। ପରିବାର ଲୋକେ ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Related story