ରାଜଧାନୀରେ ଡ୍ରଗ୍ସ ମାଫିଆଙ୍କ ଗୁଳିମାଡ଼: ପୁଅ ଚାଲିଗଲେ, ବାପ ମେଡିକାଲ୍‌ରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗ୍ସ ମାଫିଆଙ୍କ ପାଇଁ ଅଶାନ୍ତ ହୋଇ ପଡ଼ିଛି ରାଜଧାନୀ ଭୁବନେଶ୍ୱର। ବିରୋଧ କରିବାରୁ ଆଜି ସନ୍ଧ୍ୟାବେଳେ ଫୁଟିଛି ଗୁଳି। ଫଳରେ ଟଳିପଡ଼ିଲେ ଜଣେ ଯୁବକ। ମୃତ ଯୁବକଙ୍କ ବାପା ଏବେ ଏମ୍ସ ମେଡିକାଲ୍ରେ ମୃତ୍ୟୁ ସହିତ ସଂଘର୍ଷ କରୁଛି। ଅଭିଯୋଗରୁ ପ୍ରକାଶ, ସରକନ୍ତରା ଗାଁର ଅନିଲ୍‌ ଜେନାଙ୍କ ବଡ଼ ଭାଇଙ୍କୁ ବାପି ଡ୍ରଗ୍ସ ଦେଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାକୁ ନେଇ ଅନିଲ୍‌ ଓ ବାପିଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି […]

bbsr

Manoranjan Sial
  • Published: Thursday, 07 November 2019
  • , Updated: 07 November 2019, 07:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗ୍ସ ମାଫିଆଙ୍କ ପାଇଁ ଅଶାନ୍ତ ହୋଇ ପଡ଼ିଛି ରାଜଧାନୀ ଭୁବନେଶ୍ୱର। ବିରୋଧ କରିବାରୁ ଆଜି ସନ୍ଧ୍ୟାବେଳେ ଫୁଟିଛି ଗୁଳି। ଫଳରେ ଟଳିପଡ଼ିଲେ ଜଣେ ଯୁବକ। ମୃତ ଯୁବକଙ୍କ ବାପା ଏବେ ଏମ୍ସ ମେଡିକାଲ୍ରେ ମୃତ୍ୟୁ ସହିତ ସଂଘର୍ଷ କରୁଛି।

ଅଭିଯୋଗରୁ ପ୍ରକାଶ, ସରକନ୍ତରା ଗାଁର ଅନିଲ୍‌ ଜେନାଙ୍କ ବଡ଼ ଭାଇଙ୍କୁ ବାପି ଡ୍ରଗ୍ସ ଦେଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାକୁ ନେଇ ଅନିଲ୍‌ ଓ ବାପିଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ତେବେ ଆଜି ବାପି, ତାଙ୍କ ସାଙ୍ଗ ହାପି ଓ ଆଲୋକ ସହ ସରକନ୍ତରା ଗାଁକୁ ଆସିଥିଲେ। ଏହି ସମୟରେ ଅନିଲ୍‌ ଓ ବାପିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରୁଥିବା ଦେଖି ଅନିଲଙ୍କ ପାଖକୁ ତାଙ୍କ ବାପା ଅଭିମନ୍ୟୁ ଆସିଥିଲେ। ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ରାଗରେ ଜର୍ଜରିତ ଥିବା ବାପି ଅନିଲଙ୍କ ଉପରକୁ ଫାୟାରିଂ କରିଥିଲେ। ମାତ୍ର ଗୁଳି ଅଭିମନ୍ୟୁଙ୍କ ଦେହରେ ବାଜିଥିଲେ। ପରେ ବାପି ଆଉ ଥରେ ଫାୟାରିଂ କରିଥିଲେ। ଫଳରେ ଗୁଳିଟି ଅନିଲଙ୍କ ଛାତିରେ ବାଜିଥିଲା।

ଫାୟାରିଂ ପରେ ବାପି ଓ ତାଙ୍କର ସାଙ୍ଗମାନେ ବାଇକ୍‌ରେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ମାତ୍ର ସାହି ପଡ଼ିଶାମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ବାପି ଓ ତାଙ୍କର ୨ ସାଙ୍ଗ ବାଇକ୍‌ ଛାଡ଼ି ପଳାଇ ଯାଇଥିଲେ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନିଲ୍‌ ଓ ତାଙ୍କ ବାପା ଅଭିମନ୍ୟୁଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ଅଭିମନ୍ୟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

Related story