ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି ନବଘନ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନବଘନ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ […]

dead1

Jitendra Garnayak
  • Published: Wednesday, 26 June 2019
  • , Updated: 26 June 2019, 01:56 PM IST

ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଗତକାଲି ନବଘନ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନବଘନ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ମୁଣ୍ଡକୁ କଟୁରିରେ ହାଣି ଦେଇଥିଲେ। ପଡ଼ୋଶୀମାନେ ମଞ୍ଜୁଲତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।

ଏହି କାଣ୍ଡ ଘଟାଇବା ପରେ ନବଘନ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳ ପ୍ରାୟ ୧୦ ଟା ବେଳେ ଗାଁ ପାଖ ପଳାସ ବଣରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଏହା ସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story