ବାରିପଦା(ମାଣିକ ଲାଲ ପାଣି): ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତାଡ଼କିଶୋଳ ଗାଁରେ।
ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ ଦୁଇ ଭଉଣୀ ମଧ୍ୟ ଥିଲେ।
ଶ୍ୟାମଙ୍କ ମୃତଦେହକୁ ଘର ପାଖ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଦୁଇ ପତ୍ନୀଙ୍କ ରକ୍ତାକ୍ତ ମୃତଦେହ ଘର ଭିତରେ ପଡ଼ିଥିଲା। ସେଠାରେ ଏକ ବଡ଼ ହାତୁଡ଼ି ମଧ୍ୟ ପଡ଼ିଥିଲା।
ଏ ଘଟଣା ନେଇ ଶ୍ୟାମ ଭାଟିଙ୍କ ଶଳା ସୁନାରାମ ମୁର୍ମୁ ଥାନାରେ ଏତଲା ଦେଇଛନ୍ତି। ସୁନାରାମଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭିଣୋଇ ମାନସିକ ବିକାରଗ୍ରସ୍ତ ଥିଲେ। କୌଣସି କାରଣରୁ ଗତକାଲି ସେ ତାଙ୍କ ୨ ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏ ଘଟଣା ଘଟିଥିବା ବେଳେ ଏହି ୩ ଜଣଙ୍କୁ ଅନ୍ୟ କେହି ହତ୍ୟା କରିଥିବା ନେଇ ଗାଁ ଲୋକେ ଚର୍ଚ୍ଚା କରୁଛନ୍ତି।
ବାରିପଦା ଏସ୍ଡିପିଓ କହିଛନ୍ତି,“ଶ୍ୟାମ ଭାଟି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମାରି ଦେଇ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶଳା ଆଜି ସକାଳେ ଥାନାରେ ରିପୋର୍ଟ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।