ତିନି ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ନିଶାସକ୍ତ ବାପାର ଆତ୍ମହତ୍ୟା!

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନିଜର ତିନି ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ନିଶାସକ୍ତ ବାପାର ଆତ୍ମହତ୍ୟା! ଘର ଭିତରୁ ଉଭୟ ବାପା ଓ ଶିଶୁପୁତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନଗୁଡ଼ା ଗ୍ରାମରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅର୍ଜୁନଗୁଡ଼ା ଗାଁର ପୀତବାସ ଭତ୍ରା ବୁଧବାର ରାତିରେ ଅତ୍ୟଧିକ ମଦ୍ୟ ପାନ […]

Umerkote

Manoranjan Sial
  • Published: Thursday, 12 August 2021
  • , Updated: 12 August 2021, 05:59 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନିଜର ତିନି ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ନିଶାସକ୍ତ ବାପାର ଆତ୍ମହତ୍ୟା! ଘର ଭିତରୁ ଉଭୟ ବାପା ଓ ଶିଶୁପୁତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନଗୁଡ଼ା ଗ୍ରାମରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅର୍ଜୁନଗୁଡ଼ା ଗାଁର ପୀତବାସ ଭତ୍ରା ବୁଧବାର ରାତିରେ ଅତ୍ୟଧିକ ମଦ୍ୟ ପାନ କରି ଘରେ ପହଞ୍ଚି ନିଜ ସ୍ତ୍ରୀ ବିମଳା ମାଝୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଯୁକ୍ତିତର୍କ ଭିତରେ ପୀତବାସ ଉତ୍‌କ୍ଷିପ୍ତ ହୋଇ ପତ୍ନୀ ବିମଳାଙ୍କୁ ମାଡ଼ ମାରିବାକୁ ଗୋଡ଼ାଇ ଥିଲା। ହେଲେ ବିମଳା ନିଜର ୩ ବର୍ଷର ପୁଅକୁ ଧରି ଘରୁ ପଳାଇଯିବାକୁ ଚେଷ୍ଟା କରିଥିଲେ। ମାତ୍ର ପୀତବାସ ତାଙ୍କଠାରୁ ଛୁଆକୁ ଛଡ଼ାଇ ନେଇ ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲା।

ଦୀର୍ଘ ସମୟ ପର୍ଯ୍ୟନ୍ତ ପୀତବାସ କବାଟ ଖୋଲିନଥିଲେ। ଡକାଡକି କରିଥିଲେ ମଧ୍ୟ ପୀତବାସ କବାଟ ଖୋଲିନଥିଲେ। ମନରେ ସନ୍ଦେହ ହେବାରୁ ଝରକାରେ ସ୍ୱାମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ବିମଳା ତାଙ୍କ ଦେଢ଼ଶୁରଙ୍କୁ ଡାକିଥିଲେ। ଦେଢ଼ଶୁର ଓ ସାହିଭାଇମାନେ କବାଟ ଭାଙ୍ଗ ପୀତବାସ ଓ ତାଙ୍କ ପୁଅଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇ ସାରିଥିଲା।

ଆଜି ସକାଳେ ପରିବାର ଲୋକେ ଏନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story