ସୈତାନ ବାପା! ପନିକିରେ ଝିଅର ବେକ କାଟିଦେଲା

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସୈତାନ ବାପା ନିଜ ୮ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟା କରି ଥିବା ଅଭିଯୋଗ ହୋଇଛି। ମୃତ ଝିଅର ବଡ଼ବାପାଙ୍କ ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟାରେ କୌଣସି କାରଣକୁ ନେଇ ମହେନ୍ଦ୍ର କେତକି ଓ ତାଙ୍କ ଝିଅ ସରିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେନ୍ଦ୍ର ଏକ ପନିକିରେ ଝିଅ ସରିତାଙ୍କ ବେକଟରେ […]

couple-murder-in-udla-under-m

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 11:13 PM IST

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସୈତାନ ବାପା ନିଜ ୮ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟା କରି ଥିବା ଅଭିଯୋଗ ହୋଇଛି।

ମୃତ ଝିଅର ବଡ଼ବାପାଙ୍କ ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟାରେ କୌଣସି କାରଣକୁ ନେଇ ମହେନ୍ଦ୍ର କେତକି ଓ ତାଙ୍କ ଝିଅ ସରିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେନ୍ଦ୍ର ଏକ ପନିକିରେ ଝିଅ ସରିତାଙ୍କ ବେକଟରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ସରିତାଙ୍କ ମୃତ୍ୟୁ ଘଟିଥିଲା। ଝିଅ ମରିଯାଇଥିବା ଦେଖି ବାପା ଘରୁ ଫେରାର ହୋଇ ଯାଇଥିଲା।

ମୃତ ଝିଅର ବଡ଼ବାପା ଏନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related story