ପୁଅ କାନ୍ଦିବାରୁ କଚାଡ଼ି କଚାଡ଼ି ମାରିଦେଲା ବାପା

ଉଦଳା (ମାନସ ପାଣି): ଯିଏ ହାତ ଧରି ଚାଲିବା ଶିଖାଏ, ଯିଏ ପାଖରେ ଥିଲେ ଡର ଲାଗେନି- ସିଏ ହେଉଛନ୍ତି ବାପା। ପିଲାଙ୍କ ସବୁ ଅଳି, ଅର୍ଦ୍ଦଳି ସହି ସେମାନଙ୍କୁ ମଣିଷ କରିଥା’ନ୍ତି  ବାପା। ହେଲେ ଯେଉଁ ବାପା ପିଲାର ସାମାନ୍ୟ କାନ୍ଦରେ ରାଗ ତମତମ ହୋଇ ତାକୁ କଚାଡ଼ି ମାରିଦିଏ, ସିଏ କୌଣସି ସଇତାନଠୁ କମ୍‌ ନୁହେଁ। ଏପରି ଏକ ଲୋମଟାଙ୍କୁରା ଓ ନୃଶଂସ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର […]

sonnnnnn

Tapaswini Nayak
  • Published: Tuesday, 03 September 2019
  • , Updated: 03 September 2019, 02:05 PM IST

ଉଦଳା (ମାନସ ପାଣି): ଯିଏ ହାତ ଧରି ଚାଲିବା ଶିଖାଏ, ଯିଏ ପାଖରେ ଥିଲେ ଡର ଲାଗେନି- ସିଏ ହେଉଛନ୍ତି ବାପା। ପିଲାଙ୍କ ସବୁ ଅଳି, ଅର୍ଦ୍ଦଳି ସହି ସେମାନଙ୍କୁ ମଣିଷ କରିଥା’ନ୍ତି  ବାପା। ହେଲେ ଯେଉଁ ବାପା ପିଲାର ସାମାନ୍ୟ କାନ୍ଦରେ ରାଗ ତମତମ ହୋଇ ତାକୁ କଚାଡ଼ି ମାରିଦିଏ, ସିଏ କୌଣସି ସଇତାନଠୁ କମ୍‌ ନୁହେଁ। ଏପରି ଏକ ଲୋମଟାଙ୍କୁରା ଓ ନୃଶଂସ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ। ମୃତ ପୁଅର ନାଁ ସର୍ଦ୍ଦାର ସିଂ ହେମ୍ରମ୍‌ (୬)। ପିଲାଟିର ବାପା ତଥା ଅଭିଯୁକ୍ତ ମଧୁ ସିଂ ହେମ୍ରମ୍‌ଙ୍କୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, ଲାବଣ୍ୟଦେଇପୁର ଗାଁରେ ମଧୁ ନିଜ ସାନ ପୁଅ ସହ ରହୁଥିଲେ। ପାରିବାରିକ କଳହରୁ ତାଙ୍କ ପତ୍ନୀ କିଛି ଦିନ ପୂର୍ବେ ବଡ଼ ପୁଅକୁ ଧରି ବାପ ଘରକୁ ପଳାଇଥିଲେ। ଆଜି ସକାଳେ ମଧୁ ବିଲକୁ ଗୋରୁ ବାନ୍ଧିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହା ପରେ ସେ ରାଗ ତମତମ ହୋଇ ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କ ସାନ ପୁଅ ସର୍ଦ୍ଦାର କାନ୍ଦୁଥିଲା। କ’ଣ ପାଇଁ କାନ୍ଦୁଛୁ କହି ସେ ପୁଅକୁ ପାଖରେ ପଡ଼ିଥିବା ପଥରରେ କଚାଡ଼ି ଦେଇଥିଲେ। ହେଲେ ସେତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ପିଲାଟିକୁ ଘର ପାଖ ପୋଖରୀରେ ବୁଡ଼ାଇ ଦେଇଥିଲେ। ତଥାପି ରାଗ ଥଣ୍ଡା ପଡ଼ି ନଥିଲା। ପୁଅକୁ ବିଲକୁ ନେଇ କଚାଡ଼ି କଚାଡ଼ି ମାରି ଦେଇଥିଲେ। ଜଣେ ଗ୍ରାମବାସୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମଧୁ ତାଙ୍କୁ ବି ମାରି ଦେବାକୁ ଧମକ ଦେବାରୁ ସେ ଡରି ଯାଇଥିଲେ। ତେଣୁ ସେ ଗାଁର ଆଉ କିଛି ଲୋକଙ୍କୁ ଘଟଣାସ୍ଥଳକୁ ଡାକି ଆଣିଥିଲେ। ସେମାନେ ମିଶି ସର୍ଦ୍ଦାରଙ୍କୁ ମଧୁଙ୍କଠାରୁ ଛଡ଼ାଇ ଆଣିଥିଲେ। ହେଲେ ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ି ସାରିଥିଲା। 

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମଧୁଙ୍କୁ ଗିରଫ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story