ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଗଛ ଉପରକୁ ଚଢ଼ିଗଲା ସ୍ୱାମୀ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁରିଗୁମା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ବେଲ ମାଝୀ। ତାଙ୍କ ସ୍ୱାମୀ ନାଁ ଅଗେଶ୍ୱର ମାଝୀ। ସୂଚନା ଅନୁଯାୟୀ, ଅଗେଶ୍ୱରଙ୍କ ଘର ଧନସୁହି ଗାଁରେ। ତେବେ ଦୁଇ ବର୍ଷ ହେଲା ତାଙ୍କ ସ୍ତ୍ରୀ ଆଉ ତାଙ୍କ ପାଖରେ ରହୁ ନଥିଲେ। ଅଗେଶ୍ୱରଙ୍କ ସହିତ ବାରମ୍ବାର ମତାନ୍ତର ହେବାରୁ ସେ ସେଠାରୁ ଚାଲି ଆସି କୁରିଗୁମାରେ ତାଙ୍କ […]

man

Jitendra Garnayak
  • Published: Sunday, 30 June 2019
  • , Updated: 30 June 2019, 02:26 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁରିଗୁମା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ବେଲ ମାଝୀ। ତାଙ୍କ ସ୍ୱାମୀ ନାଁ ଅଗେଶ୍ୱର ମାଝୀ।

ସୂଚନା ଅନୁଯାୟୀ, ଅଗେଶ୍ୱରଙ୍କ ଘର ଧନସୁହି ଗାଁରେ। ତେବେ ଦୁଇ ବର୍ଷ ହେଲା ତାଙ୍କ ସ୍ତ୍ରୀ ଆଉ ତାଙ୍କ ପାଖରେ ରହୁ ନଥିଲେ। ଅଗେଶ୍ୱରଙ୍କ ସହିତ ବାରମ୍ବାର ମତାନ୍ତର ହେବାରୁ ସେ ସେଠାରୁ ଚାଲି ଆସି କୁରିଗୁମାରେ ତାଙ୍କ ବାପ ଘରେ ରହୁଥିଲେ।

ଆଜି ସକାଳେ ଅଗେଶ୍ୱର କୁରିଗୁମା ଆସିଥିଲେ। ବେଲ ଘରେ ଏକା ଥିବା ଦେଖି ସେ ତାଙ୍କୁ ଏକ ଟାଙ୍ଗିଆରେ ହାଣି ମାରି ଦେଇଥିଲେ। ପାଖ ପଡ଼ୋଶୀ ଏହା ଜାଣିବା ପରେ ଅଗେଶ୍ୱରକୁ ଧରିବା ପାଇଁ ଧାଇଁ ଆସିଥିଲେ। ଗାଁ ଲୋକଙ୍କୁ ଦେଖି ସେ ସେଠାରୁ ଦୌଡ଼ି ଯାଇ କଲେଜ ଛକ ନିକଟରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲେ ଏବଂ ଟାଙ୍ଗିଆ ଦେଖାଇ ଲୋକଙ୍କୁ ମାରି ଦେବାକୁ ଧମକ ଦେଇଥିଲେ।

ଖବର ପାଇ ଜୟପାଟଣା ଥାନା ପୁଲିସ୍‌ ଓ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ଦେଢ଼ଘଣ୍ଟା ପରିଶ୍ରମ କରିବା ସେମାନେ ଅଗେଶ୍ୱରକୁ କାବୁ କରିଥିଲେ।

ପୁଲିସ୍‌ ମହିଳାଙ୍କ ମୃତଦେହକୁ ଜବତ କରି ଜୟପାଟଣା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story