ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ରଣପୁରରେ ଯୁବତୀ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ସେହି ଗାଁର ଶାନ୍ତନୁ ବରାଡ଼କୁ ଭୁବନେଶ୍ୱରରୁ ଗିରଫ କରିଛି ରଣପୁର ପୋଲିସ।
ଅଭିଯୋଗ ଅନୁଯାୟୀ, ଦୁଇବର୍ଷ ତଳେ ଶାନ୍ତନୁ ଉକ୍ତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ମନା କରିଦେଇଥିଲେ। ଗତ ୨୮ ତାରିଖରେ ଯୁବତୀ ଜଣକ ବସ୍ରେ ଭୁବନେଶ୍ୱର ଯାଉଥିବା ବେଳେ ଶାନ୍ତନୁ ତା’ର ୩ ସହଯୋଗୀଙ୍କ ସହ ତାଙ୍କୁ ଅପହରଣ କରି ପୁରୀ ନେଇ ଯାଇଥିଲେ। ସେଠାରେ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ। ତେବେ ଯୁବତୀ ଜଣକ କୌଶଳ କ୍ରମେ ନିଜ ଭାଇଙ୍କୁ ଫୋନ କରି ଏ ସଂପର୍କରେ ଜଣାଇଥିଲେ। ପରେ ରଣପୁର ପୋଲିସ ଭୁବନେଶ୍ୱରର ଏକ ଘରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଶାନ୍ତନୁଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Accident
ଟ୍ରାକ୍ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ।
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।