ସାନ ଭାଇକୁ ମାରି ବନ୍ଧା ହେଲେ ସ୍ରଷ୍ଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅତଳାଗଡ଼ରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାମୁନ ଓରଫ ସ୍ରଷ୍ଟା ରାଉତରାୟଙ୍କୁ ପୁଲିସ୍‌ ଗିରଫ କରିଛି। ଆଜି ସକାଳେ କଟକର ଫୁଲନଖରା ଅଞ୍ଚଳରୁ ସ୍ରଷ୍ଟାଙ୍କୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳରୁ ସ୍ରଷ୍ଟା ତାଙ୍କ ସାନଭାଇ ପ୍ରୀତମଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ ଆଧାରରେ ସ୍ରଷ୍ଟାଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଖୋଜିଥିଲା। ଦିନ ଦି‘ପହରରେ ସେ ଏ ହତ୍ୟା କରିଥିଲେ। ବହୁ […]

crime1

Jitendra Garnayak
  • Published: Sunday, 09 June 2019
  • , Updated: 09 June 2019, 12:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅତଳାଗଡ଼ରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାମୁନ ଓରଫ ସ୍ରଷ୍ଟା ରାଉତରାୟଙ୍କୁ ପୁଲିସ୍‌ ଗିରଫ କରିଛି।

ଆଜି ସକାଳେ କଟକର ଫୁଲନଖରା ଅଞ୍ଚଳରୁ ସ୍ରଷ୍ଟାଙ୍କୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳରୁ ସ୍ରଷ୍ଟା ତାଙ୍କ ସାନଭାଇ ପ୍ରୀତମଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ୍ ଆଧାରରେ ସ୍ରଷ୍ଟାଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଖୋଜିଥିଲା।

ଦିନ ଦି‘ପହରରେ ସେ ଏ ହତ୍ୟା କରିଥିଲେ। ବହୁ ଲୋକ ଏ ଜଘନ୍ୟ ହତ୍ୟାକାଣ୍ଡ ଦେଖିଥିଲେ ବି କେହି ତାଙ୍କୁ ଅଟକାଇବାକୁ ସାହସ ଜୁଟାଇ ପାରି ନଥିଲେ। ଏମିତି କି ତାଙ୍କ ଉଗ୍ରରୂପ ଦେଖି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ମଧ୍ୟ ଡରି ଲୁଚି ଯାଇଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ତାଙ୍କ ସାନ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ। ତା’ପରେ ସେଥିରେ ଲାଗିଥିବା ରକ୍ତକୁ ଗାମୁଛାରେ ପୋଛି ସେଠାରୁ ପଳାଇଥିଲେ। ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

ସ୍ରଷ୍ଟାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ହରିପୁର ଗାଁରେ। ହେଲେ ସେ ତାଙ୍କ ପତ୍ନୀ, ବାପା ଓ ଭାଇଙ୍କ ସହିତ ୩ ବର୍ଷ ହେଲା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। ଦୁଇ ଭାଇ ଏକାଠି ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ଓ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା ବୋଲି ଜଣାପଡ଼ିଛି।

Related story