ପ୍ରେମିକାଙ୍କ ଭିଡିଓ ଭାଇରାଲ୍‌ କରି ବନ୍ଧା ହେଲେ ଯୁବକ

ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକ ପ୍ରବର ଶେଷରେ ବନ୍ଧା ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ […]

patamundai.jpg111

Manoranjan Sial
  • Published: Monday, 15 July 2019
  • , Updated: 15 July 2019, 04:17 PM IST

ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକ ପ୍ରବର ଶେଷରେ ବନ୍ଧା ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ ଏକ ତରଫା ଭଲ ପାଉଥିଲେ। ପରେ ତାକୁ ନିଜ ପ୍ରେମ ଜାଲରେ ଫସାଇ ବିଭିନ୍ନ ସ୍ଥାନ ବୁଲାଇବାକୁ ନେବା ବାହାନାରେ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ପ୍ରେମିକାଙ୍କ ଅଗୋଚରରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରିଥିଲା। ଏପରିକି ପ୍ରେମିକାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଉଠାଇଥିଲେ ପ୍ରେମିକ। ପରବର୍ତ୍ତୀ ସମୟରେ ପ୍ରେମିକ ଜଣକ ଛାତ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲା। ଯାହାକୁ ଛାତ୍ରୀ ଜଣକ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ଅନ୍ତରଙ୍ଗ ମୁହୂର୍ତ୍ତର ସେହି ସବୁ ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲା। ଏପରିକି ସେ ଛାତ୍ରୀଙ୍କ ମାମୁଙ୍କ ପାଖକୁ ମଧ୍ୟ ଏସବୁ ପଠାଇ ଦେଇଥିଲା।

ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ମାମଲାରେ ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।

Related story