ପ୍ରତିବାଦ କରିବାରୁ ଜମିମାଲିକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଲେ

କେନ୍ଦ୍ରାପଡ଼ା:(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଟଳ ଚାଷ ହୋଇଥିବା କ୍ଷେତ ଦେଇ ପାୱାରଟିଲର ନ ଛାଡ଼ିବାରୁ ସମ୍ପୃକ୍ତ ଜମି ମାଲିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ  ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସନ୍ତୋଷ ବେହେରା ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଶିଶୁଆ ଗାଁର ଦୁଇ ଜଣ ବ୍ୟକ୍ତି ଅଲେଖ ବେହେରା ଓ ସୁଧୀର ବେହେରା ଏକ […]

potala

Puspanjali Panda
  • Published: Sunday, 25 August 2019
  • , Updated: 25 August 2019, 05:25 PM IST

କେନ୍ଦ୍ରାପଡ଼ା:(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଟଳ ଚାଷ ହୋଇଥିବା କ୍ଷେତ ଦେଇ ପାୱାରଟିଲର ନ ଛାଡ଼ିବାରୁ ସମ୍ପୃକ୍ତ ଜମି ମାଲିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ  ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ସନ୍ତୋଷ ବେହେରା ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଶିଶୁଆ ଗାଁର ଦୁଇ ଜଣ ବ୍ୟକ୍ତି ଅଲେଖ ବେହେରା ଓ ସୁଧୀର ବେହେରା ଏକ ପାଓ୍ୱାର ଟିଲର ଧରି ସନ୍ତୋଷଙ୍କ ପୋଟଳ ଚାଷ ଜମି ଦେଇ ଯିବାକୁ ଚାହିଁଥିଲେ। କିନ୍ତୁ ଫସଲ ନଷ୍ଟ ହୋଇଯିବା ଭୟରେ ସନ୍ତୋଷ ଏହାକୁ ବାରଣ କରିଥିଲେ। ଏହାକୁ ନେଇ  ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।

ଗତ ୧୨ ତାରିଖରେ ସନ୍ତୋଷ ଶିଶୁଆ ଗାଁକୁ କୌଣସି ଏକ କାମରେ ଯାଇଥିବା ବେଳେ ଅଲେଖ ଓ ସୁଧୀର ତାଙ୍କୁ ଜୋର ଜବରଦସ୍ତ ଲଙ୍ଗଳ ଦଉଡ଼ିରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ବୁଝାସୁଝା କରି ସନ୍ତୋଷଙ୍କୁ ମୁକୁଳାଇଥିଲେ।

ଏ ନେଇ ଚାନ୍ଦୋଳ ଥାନାରେ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ପୁଲିସ ସନ୍ତୋଷଙ୍କୁ ଫେରାଇଦେଇଥିଲା। ଓଲଟି  ସନ୍ତୋଷଙ୍କୁ ପୁଲିସ ଧମକ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ  ଖୁଣ୍ଟରେ ବାନ୍ଧି ସନ୍ତୋଷଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଗତକାଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରିକି ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶୃତି ଦେଇଛି।

Related story