ପୋଲିସ୍‌ର ଦାଦାଗିରି; ପିଟିପିଟି ଲହୁଲୁହାଣ କରିଦେଲେ

<p>ଭଦ୍ରକ: ପାଟ୍ରୋଲିଂ ନାଁରେ ପୋଲିସର ଦାଦାଗିରି ଅଭିଯୋଗ। ଏହି ଘଟଣା ଘଟିଛି ଭଦ୍ରକ ସହରରେ। ବାସୁଦେବପୁର ଥାନା ଅନ୍ତର୍ଗତ ଚିରଳ ଗାଁର ରଜତ ଜେନା ଗତକାଲି ରାତିରେ ତାଙ୍କ ପରିବାର ସହିତ ପ୍ରଶାନ୍ତି ଏକ୍ସପ୍ରେସରେ ଓହ୍ଲାଇ ଭଦ୍ରକରୁ ଏକ ଅଟୋ ଯୋଗେ ନିଜ ଗାଁକୁ ଫେରୁଥିଲେ। ଜାମୁଝାଡ଼ି-ବାସୁଦେବପୁର ରାସ୍ତାର ବେତଡ଼ା ନିକଟରେ ବାସୁଦେବପୁର ଥାନା ପୋଲିସ ଅଟୋ ଅଟକାଇ ଡ୍ରାଇଭରର ଲାଇସେନ୍ସ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଡ୍ରାଇଭରଙ୍କ ନିକଟରେ ସମସ୍ତ କାଗଜପତ୍ର ଥିବା ସତ୍ତ୍ୱେ ପୋଲିସ୍ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ରଜତ ଏହାର ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଏବେ ରଜତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।</p> <p>ବାସୁଦେବପୁର ଥାନା ପୋଲିସ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏହା ସହିତ ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 01:15 PM IST

Sports

Latest News

<p>ଭଦ୍ରକ: ପାଟ୍ରୋଲିଂ ନାଁରେ ପୋଲିସର ଦାଦାଗିରି ଅଭିଯୋଗ। ଏହି ଘଟଣା ଘଟିଛି ଭଦ୍ରକ ସହରରେ। ବାସୁଦେବପୁର ଥାନା ଅନ୍ତର୍ଗତ ଚିରଳ ଗାଁର ରଜତ ଜେନା ଗତକାଲି ରାତିରେ ତାଙ୍କ ପରିବାର ସହିତ ପ୍ରଶାନ୍ତି ଏକ୍ସପ୍ରେସରେ ଓହ୍ଲାଇ ଭଦ୍ରକରୁ ଏକ ଅଟୋ ଯୋଗେ ନିଜ ଗାଁକୁ ଫେରୁଥିଲେ। ଜାମୁଝାଡ଼ି-ବାସୁଦେବପୁର ରାସ୍ତାର ବେତଡ଼ା ନିକଟରେ ବାସୁଦେବପୁର ଥାନା ପୋଲିସ ଅଟୋ ଅଟକାଇ ଡ୍ରାଇଭରର ଲାଇସେନ୍ସ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଡ୍ରାଇଭରଙ୍କ ନିକଟରେ ସମସ୍ତ କାଗଜପତ୍ର ଥିବା ସତ୍ତ୍ୱେ ପୋଲିସ୍ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ରଜତ ଏହାର ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଏବେ ରଜତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।</p><p>ବାସୁଦେବପୁର ଥାନା ପୋଲିସ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏହା ସହିତ ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos