କୃଷ୍ଣପଦଙ୍କୁ ଟାଙ୍ଗିଆରେ ଆକ୍ରମଣ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍‌ର ୟୁ.ଭି-୧୩ ଜାମରୁଣ୍ଡା ଗାଁରେ ଚାଷ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ତାଙ୍କ ନାଁ କୃଷ୍ଣପଦ ମଣ୍ଡଳ। ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ଗତକାଲି କୃଷ୍ଣପଦଙ୍କ ଜମି ମଧ୍ୟ ଦେଇ ତାଙ୍କରି ଗାଁର ଖୋକନ ମ୍ରିଧା ଜୋରଜବରଦସ୍ତ ଜେସିବି ଲଗାଇ ନାଳ ଖୋଳୁଥିଲେ। କୃଷ୍ଣପଦ […]

injured

Jitendra Garnayak
  • Published: Saturday, 01 June 2019
  • , Updated: 01 June 2019, 04:01 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍‌ର ୟୁ.ଭି-୧୩ ଜାମରୁଣ୍ଡା ଗାଁରେ ଚାଷ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ତାଙ୍କ ନାଁ କୃଷ୍ଣପଦ ମଣ୍ଡଳ। ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

ଗତକାଲି କୃଷ୍ଣପଦଙ୍କ ଜମି ମଧ୍ୟ ଦେଇ ତାଙ୍କରି ଗାଁର ଖୋକନ ମ୍ରିଧା ଜୋରଜବରଦସ୍ତ ଜେସିବି ଲଗାଇ ନାଳ ଖୋଳୁଥିଲେ। କୃଷ୍ଣପଦ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ କୃଷ୍ଣପଦଙ୍କ ଦୁଇ ପୁଅ ଓ ଖୋକନ ମ୍ରିଧାଙ୍କ ତିନି ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ କୃଷ୍ଣପଦ ମଣ୍ଡଳ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇ ଖୋକନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଖବର ପାଇବା ପରେ ଆଜି ଖୋକନ ତାଙ୍କର ତିନି ପୁଅଙ୍କ ସହିତ ମିଶି କୃଷ୍ଣପଦଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଉମରକୋଟ ଏସଡିପିଓ କହିଛନ୍ତି,“ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।”

Related story