ବାପାର ମୃତଦେହକୁ ବାଇକ୍‌ରେ ୨୦ କିମି ଆଣିଲା ପୁଅ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ବାଇକ୍‌ରେ ବୁହା ହେଲା ଶବ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା  ଉମରକୋଟ ସ୍ଥିତ ଗୋପବନ୍ଧୁ ଛକ ଠାରେ। ସୂଚନା ଅନୁଯାୟୀ, ରାଇଘର ବ୍ଲକ୍‌ କୁଡୁମଧରା ଗାଁର ବଳି ସାନ୍ତା ଗତକାଲି ଝରିଗାଁ ବ୍ଲକ୍‌ ବଂଶୀବନ୍ଧା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଘରକୁ ଦେଶୀ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ବଳି ଅଧିକ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ ହୋଇପାରି ନଥିଲା। […]

umercourt

umercourt

Jyoshna Pradhan
  • Published: Monday, 16 September 2019
  • Updated: 16 September 2019, 01:05 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ବାଇକ୍‌ରେ ବୁହା ହେଲା ଶବ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା  ଉମରକୋଟ ସ୍ଥିତ ଗୋପବନ୍ଧୁ ଛକ ଠାରେ।

ସୂଚନା ଅନୁଯାୟୀ, ରାଇଘର ବ୍ଲକ୍‌ କୁଡୁମଧରା ଗାଁର ବଳି ସାନ୍ତା ଗତକାଲି ଝରିଗାଁ ବ୍ଲକ୍‌ ବଂଶୀବନ୍ଧା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଘରକୁ ଦେଶୀ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ବଳି ଅଧିକ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ ହୋଇପାରି ନଥିଲା। ଏହାପରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ସନ୍ଧ୍ୟାରେ ତାଙ୍କ ପୁଅ ଲକି ସାନ୍ତା ବଂଶୀବନ୍ଧା ଗାଁରେ ଆସି ପହଞ୍ଚିଥିଲେ। ମୃତଦେହକୁ ଘରକୁ ନେବାକୁ ସେ ଏକ ବୋଲେରୋକୁ ଯୋଗାଯୋଗ କରିଥିଲେ। ହେଲେ ରାତି ହୋଇଥିବାରୁ ବୋଲେରୋ ଆସି ନଥିଲା। ତେଣୁ ଲକି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଏକ ବାଇକ୍‌ର ପଛରେ ପଟା ଉପରେ ବାନ୍ଧି ବଂଶୀବନ୍ଧାରୁ ତାଙ୍କ ଗାଁ କୁଡୁମଧରାକୁ  ନେଉଥିଲେ। ପ୍ରାୟ ୨୦ କିମି ଯାଏ ଲକି ତାଙ୍କ ବାପାଙ୍କ ଶବକୁ ଏପରି ଭାବେ ବାଇକ୍‌ରେ ଆଣିଥିଲେ। ତେବେ ରାତି ପ୍ରାୟ ୧୧ଟା ବେଳେ ଉମରକୋଟ ସହରର କିଛି ଲୋକ ତାଙ୍କୁ ଦେଖିଥିଲେ ଓ ଅଟକାଇ ଥିଲେ। ସେମାନେ ମୃତଦେହକୁ  ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos