ସ୍ତ୍ରୀକୁ ହାଣିଦେଲା, ପରେ ଗଛରେ ଛୁଲି ପଡ଼ିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି। ନିଜ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦେବ୍ରିପାଲି ଗାଁରେ। ଭକ୍ତ ନାଏକ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବେଲମତୀ ନାଏକକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ଲୋକଙ୍କ କହିବା ମୁତାବକ, ଆଜି ସକାଳୁ ଚାଷ ଜମିକୁ ଯାଇଥିବା ବେଲେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ପରେ ନିଜ ସ୍ତ୍ରୀକୁ […]

death

  • Published: Tuesday, 23 August 2022
  • , Updated: 23 August 2022, 05:57 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି। ନିଜ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦେବ୍ରିପାଲି ଗାଁରେ। ଭକ୍ତ ନାଏକ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବେଲମତୀ ନାଏକକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।

ଲୋକଙ୍କ କହିବା ମୁତାବକ, ଆଜି ସକାଳୁ ଚାଷ ଜମିକୁ ଯାଇଥିବା ବେଲେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ପରେ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିଥିଲା ସ୍ୱାମୀ। ତାପରେ ନିଜେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି। ତେବେ କେଉଁ କାରଣକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା ସେ ନେଇ ଜଣାପଡ଼ିନି।

ଲୋକଙ୍କ ଠାରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କାରଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Related story