ଜାଳେଣୀ ନୁହେଁ ଭାଳେଣୀ: ଏଠି ତାତିରେ ପ୍ରସ୍ତୁତ ହେଉଛି ଅମଲେଟ୍, ଜାତୀୟ ଗଣମାଧ୍ୟମରେ ଟିଟିଲାଗଡ଼ ଖରା

Ordigital Desk
  • Published: Monday, 22 May 2017
  • , Updated: 22 May 2017, 03:50 PM IST
<p>ଭୁବନେଶ୍ୱର : ତାତିରୁ ତ୍ରାହି ନାହିଁ। ଭୀଷଣ ଗରମରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାରଦ ଛୁଇଁଲାଣି 45 ଡିଗ୍ରୀ ସେଲସିୟସ। ଏପରିକି ଅଂଶୁଘାତରେ ଛଅ ଜଣ ଲୋକଙ୍କ ପ୍ରାଣ ବି ଗଲାଣି। କେବେ ଭାବିଛନ୍ତି ଟିଟିଲାଗଡ଼ର କଥା। ଯାହା କିଛି ବର୍ଷ ଭିତରେ ତତଲାଗଡ଼ରେ ଭାବେ ପରିଚୟ ପାଇଛି। ଡହ ଡହ ଖରାରେ ଲୋକଙ୍କ ଅବସ୍ଥା କେତେ ଭୟଙ୍କର ଥିବ ତାହା&nbsp; ଅନୁଭବ କରାଇବା ପାଇଁ ଟିଟିଲାଗଡ଼ର ଜଣେ ବ୍ୟକ୍ତି ସୂର୍ଯ୍ୟଙ୍କ ତାପରେ ଆଣ୍ଡା ଅମଲେଟ୍ ବନାଇ ଦେଖାଇଛନ୍ତି।</p> <p>ରାସ୍ତା ଉପରେ, ଖରା ତାତିରେ ଏଠି ବନିଯାଉଛି ଗରମା ଗରମ ଅମଲେଟ୍। &nbsp;ଅମଲେଟ ପ୍ରସ୍ତୁତ ହୋଇଯିବା ପରେ ଦେଖିବାକୁ ଲୋକଙ୍କର ଭିଡ଼ ବି ଜମି ଯାଉଛି। &nbsp;ଅମଲେଟ୍ ତିଆରି ସରିବା ପରେ ଭିଡିଓକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରାଯାଇଛି। ଏନ୍ଆଇଆଇ ଭଳି ନ୍ୟୁଜ୍ ଏଜନେସି ଏହି ଭିଡିଓକୁ ବିଭିନ୍ନ ଗଣମାଧ୍ୟମ ପାଖରେ ପହଞ୍ଚାଇବା ପରେ ଏନଡିଟିଭି ଭଳି ଜାତୀୟ ଗଣମାଧ୍ୟମରେ ଏ ଖବର ପ୍ରସାରଣ ହୋଇଛି।</p>

Related story