ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୋଳିମାଟି ପଞ୍ଚାୟତ ଅନ୍ତର୍ଗତ କନ୍ତୋକରଡ଼ାବଣି ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଡମ୍ବୁର ମୁଣ୍ଡା।
ଗତକାଲି ଡମ୍ବୁର ସନ୍ଧ୍ୟା ସମୟରେ ଗାଁ ନିକଟରେ ପଡ଼ିଆରେ ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।। ସେଠାରେ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକ ଯିବା ବାଟରେ ଡମ୍ବୁରଙ୍କର ମୃତ୍ୟୁ ଘଟିଥିଲା।