ମିକ୍ସର ମେସିନ୍‌ରେ ପଡ଼ି ଶ୍ରମିକ ମୃତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ମିକ୍ସର ମେସିନ୍‌ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକଙ୍କ ନାଁ ଶଶିକାନ୍ତ ସାହୁ। ତାଙ୍କ ଘର ବାଲିକତିରଣ ଗାଁରେ ବୋଲି ଜଣାପଡ଼ିଛି। ଆଜି ସକାଳେ ନୂଆହାଟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିଲା। ଏହି ସମୟରେ ଶଶିକାନ୍ତ ମିକ୍ସର ମେସିନ୍‌ରେ ତେଲ ପକାଉଥିଲେ। ତେବେ ଅସାବଧାନତା କାରଣରୁ ସେ ମେସିନ୍‌ରେ ପଡ଼ି ଚାପି […]

labour

labour

Jitendra Garnayak
  • Published: Wednesday, 22 May 2019
  • Updated: 22 May 2019, 11:10 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ମିକ୍ସର ମେସିନ୍‌ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମୃତ ଶ୍ରମିକଙ୍କ ନାଁ ଶଶିକାନ୍ତ ସାହୁ। ତାଙ୍କ ଘର ବାଲିକତିରଣ ଗାଁରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ନୂଆହାଟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିଲା। ଏହି ସମୟରେ ଶଶିକାନ୍ତ ମିକ୍ସର ମେସିନ୍‌ରେ ତେଲ ପକାଉଥିଲେ। ତେବେ ଅସାବଧାନତା କାରଣରୁ ସେ ମେସିନ୍‌ରେ ପଡ଼ି ଚାପି ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ଛାନ୍‌ଭିନ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos