ନିଆଁ ଲିଭାଇବାକୁ ପାଣି ଆଣିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଗଲେ

ପୁରୀ (ଓଡ଼ିଶା ରିପୋର୍ଟର): ନିଆଁ ଲିଭାଇବାକୁ ପୋଖରୀକୁ ପାଣି ପାଇଁ ଯାଇ ଯୁବକ ମୃତ।  ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ। ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା।  ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ପାଣି ଆଣିବା ପାଇଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଥିଲା। […]

fire

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 08:55 AM IST

ପୁରୀ (ଓଡ଼ିଶା ରିପୋର୍ଟର): ନିଆଁ ଲିଭାଇବାକୁ ପୋଖରୀକୁ ପାଣି ପାଇଁ ଯାଇ ଯୁବକ ମୃତ।  ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ।

ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା।  ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ପାଣି ଆଣିବା ପାଇଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ନାଁ ନବ ପ୍ରଧାନ।

ରାତି ପ୍ରାୟ ୧୧ଟା ବେଳେ ନିଆଁ ଲାଗିଥିଲା। ଏନେଇ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। କିନ୍ତୁ ରାତି ୨ଟାରେ ଦମକଳ ଗାଡ଼ି ଆସିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେତେବେଳକୁ ଗ୍ରାମବାସୀ ନିଆଁ ଲିଭାଇ ସାରିଥିଲେ।

ମୃତକଙ୍କ ପରିବାରକୁ ଓ ଘର ପୋଡ଼ି ଯାଇଥିବା ରବି ଜେନାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ଗ୍ରାମବାସୀମାନେ  ରୁଆଁଠାରେ ରାସ୍ତାରୋକ କରିଛନ୍ତି।

Related story