ସକାଳୁ ସକାଳୁ ଚାଲିଗଲା ଜୀବନ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଡ୍ରେନ୍‌ରେ ପିଟି ହୋଇ ବାଇକ୍ ସହ ପଡ଼ିଗଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳୁ ସକାଳୁ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ଜିଲ୍ଲା ପୁରୁଣାକଟକରେ।

ମୃତକଙ୍କ ନାଁ ଭାଗିରଥି ସେଠୀ। ତାଙ୍କ ଘର ରମ୍ଭିକଟା ଗାଁରେ। ସେ ଚାରିଛକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

bikeପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଡ୍ରେନ୍‌ରେ ପିଟି ହୋଇଥିଲେ। ଡ୍ରେନ୍‌ରେ ପିଟି ହେବା ପରେ ସେ ବାଇକ୍ ସହ ଏକ ଦୋକାନ କଡ଼କୁ ଛିଟିକି ପଡ଼ି ଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।