୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଲୋକ ମୃତ

ସାଲେପୁର (ମନୋଜ ଆଚାର୍ଯ୍ୟ): ଏକ ନିର୍ମାଣାଧୀନ କୋଠାଘର ଛାତ ଉପରେ କାମ କରୁଥିବା ସମୟରେ ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜହ୍ନିଆ ଛକରେ। ମୃତକ ଜଣଙ୍କ ହେଉଛନ୍ତି ଆଲୋକ ସାମଲ। ତାଙ୍କ ଘର ସ୍ଥାନୀୟ କୋଲଣପୁର ଗାଁରେ। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗର ବେପରୁଆ ମନୋବୃତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ […]

cuttack00

Tapaswini Nayak
  • Published: Tuesday, 10 December 2019
  • , Updated: 10 December 2019, 03:05 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): ଏକ ନିର୍ମାଣାଧୀନ କୋଠାଘର ଛାତ ଉପରେ କାମ କରୁଥିବା ସମୟରେ ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜହ୍ନିଆ ଛକରେ। ମୃତକ ଜଣଙ୍କ ହେଉଛନ୍ତି ଆଲୋକ ସାମଲ। ତାଙ୍କ ଘର ସ୍ଥାନୀୟ କୋଲଣପୁର ଗାଁରେ।

ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗର ବେପରୁଆ ମନୋବୃତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ସାଲେପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୃହକର୍ତ୍ତାଙ୍କ ସମେତ ସରକାରଙ୍କ ଠାରୁ କ୍ଷତିପୂରଣ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତରୋକ ହଟିଥିଲା।

Related story