ଆମ୍ବ ଗଛରୁ ମିଳିଲା ମୀନକେତନଙ୍କ ମୃତଦେହ

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝବାହାଲ ଗାଁର ମାଙ୍କଡ଼ା ନାଳ ନିକଟସ୍ଥ ଏକ ଆମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବିଂଝବାହାଲ ଗାଁର ମୀନକେତନ ଦାନୀ। ମୃତଦେହ ନିକଟରେ ଏକ ବ୍ୟାଗ ଓ ଚପଲ ପଡ଼ିଥିଲା। ତାଙ୍କ ମୃତଦେହ ଆମ୍ବଗଛ ଝୁଲୁଥିବା ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। […]

dead1

Jitendra Garnayak
  • Published: Friday, 28 June 2019
  • , Updated: 28 June 2019, 11:53 AM IST

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝବାହାଲ ଗାଁର ମାଙ୍କଡ଼ା ନାଳ ନିକଟସ୍ଥ ଏକ ଆମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବିଂଝବାହାଲ ଗାଁର ମୀନକେତନ ଦାନୀ। ମୃତଦେହ ନିକଟରେ ଏକ ବ୍ୟାଗ ଓ ଚପଲ ପଡ଼ିଥିଲା।

ତାଙ୍କ ମୃତଦେହ ଆମ୍ବଗଛ ଝୁଲୁଥିବା ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ମୃତ ମୀନକେତନଙ୍କ ସ୍ତ୍ରୀ ଓ ଝିଅଙ୍କର ପୂର୍ବରୁ ମୃତ୍ୟୁ ହୋଇଥିଲା। ଏବେ ତାଙ୍କର ଏକ ୧୬ବର୍ଷର ପୁଅ ଅଛି। ସେ ବାହାରେ ରହୁଛି। ମୀନକେତନ ଘରେ ଏକୁଟିଆ ରହୁଥିଲେ।

ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ମୀନକେତନ ଶିମିଳିପାଳ ଗାଁ ଆଡ଼େ ଯାଉଥିବା କିଛି ଲୋକ ଦେଖିଥିଲେ। ତେବେ ଆଜି ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

Related story