ମାମୁ ଗୁଳିରେ ଭଣଜା ମୃତ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ। ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍‌ହା ଶିକାର କରିବାକୁ ଯାଇଥିଲେ। ହେଲେ ଭୁଲ୍ ବଶତଃ ଟେକରା ମାରିଥିବା ଗୁଳି କ୍ଷେତ୍ରଙ୍କ ଦେହରେ ବାଜିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କ୍ଷେତ୍ରଙ୍କ ଦେହରେ […]

deadbody

Jitendra Garnayak
  • Published: Monday, 26 November 2018
  • , Updated: 26 November 2018, 08:40 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ।

ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍‌ହା ଶିକାର କରିବାକୁ ଯାଇଥିଲେ। ହେଲେ ଭୁଲ୍ ବଶତଃ ଟେକରା ମାରିଥିବା ଗୁଳି କ୍ଷେତ୍ରଙ୍କ ଦେହରେ ବାଜିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ କ୍ଷେତ୍ରଙ୍କ ଦେହରେ ଦୁଇଟି ଗୁଳି ବାଜି ଥିବା ଯୋଗୁ ଭୁଲ୍‌ରେ ଗୁଳି ବାଜିଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି।
ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଟେକରାଙ୍କୁ ଅଟକ ରଖିଛି ପୁଲିସ୍।

Related story