ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼ ଭାଇ

Ordigital Desk
  • Published: Sunday, 08 July 2018
  • , Updated: 08 July 2018, 09:43 AM IST
<p>ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ପିତାମ୍ୱର ପଞ୍ଚାୟତ ଜିରାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା, ଭଣଜା ଓ ବଡ଼ ଭାଇର ସଂଘବଦ୍ଧ ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ବିଭୀଷଣ ସ୍ୱାଇଁ।</p> <p>ଗତକାଲି ସନ୍ଧ୍ୟାରେ ଭଣଜା ପ୍ରଫୁଲ୍ଲ, ପୁତୁରା ବାବୁଲା ଓ ବଡ଼ ଭାଇ ଆନନ୍ଦ ସଂଘବନ୍ଧ ଭାବେ ବିଭୀଷଣଙ୍କୁ&nbsp; ଟାଙ୍ଗିଆ ଓ ଲଙ୍ଗଳ ଲୁହାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିଭୀଷଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।</p> <p>ଆକ୍ରମଣରେ ବିଭୀଷଣଙ୍କ ଝିଅ ଲକ୍ଷ୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ହେବ ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</p>

Related story