ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ସୋର(ଶଶିକାନ୍ତ ବେହେରା): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ। ଏପରି ଅଭାବନୀୟ ଘଟଣା ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ନିକଟରେ ଘଟିଛି। ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେମାନଙ୍କ ସହ ଉକ୍ତ ଯୁବକ ମଧ୍ୟ […]

truck

truck

Niharika Rout
  • Published: Thursday, 25 June 2020
  • Updated: 25 June 2020, 08:13 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ। ଏପରି ଅଭାବନୀୟ ଘଟଣା ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ନିକଟରେ ଘଟିଛି। ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେମାନଙ୍କ ସହ ଉକ୍ତ ଯୁବକ ମଧ୍ୟ ଚାଲୁଥିଲେ। କିଛି ବାଟ ଯିବା ପରେ ସେ ବସି ପଡ଼ିଥିଲେ। ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ମର୍ଣ୍ଣିଂ ୱାକ୍ କରୁଥିବା ଲୋକେ ଏନେଇ ସୋର ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos