ବିଳମ୍ୱିତ ରାତିରେ ପିଟି ଦେଲା ଗାଡ଼ି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଖେରଣା ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ  ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ଦେବାନନ୍ଦ ତ୍ରିପାଠୀ(୨୫)। ଦେବାନନ୍ଦଙ୍କ ଘର ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗାଁରେ ବୋଲି ଜଣାପଡ଼ିଛି। ସେ ରାଇରଙ୍ଗପୁର ଠାରେ ଥିବା ଏକ ସିମେଣ୍ଟ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।  କାମରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ସ୍ଥାନୀୟ […]

road accident23

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 12:45 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଖେରଣା ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ  ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ଦେବାନନ୍ଦ ତ୍ରିପାଠୀ(୨୫)। ଦେବାନନ୍ଦଙ୍କ ଘର ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗାଁରେ ବୋଲି ଜଣାପଡ଼ିଛି।

ସେ ରାଇରଙ୍ଗପୁର ଠାରେ ଥିବା ଏକ ସିମେଣ୍ଟ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।  କାମରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Related story