ବୀଭତ୍ସ ହତ୍ୟାକାଣ୍ଡ: ମୁଣ୍ଡ, ହାତ ଓ ଗୋଡ଼ ଅଲଗା କରିଦେଲେ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ ନିକଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଲୁତୁରପଙ୍କ-କେଞ୍ଜିରିଆପାଲି ରାସ୍ତାକଡ଼ରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ସହିତ ଦୁଇ ଗୋଡ଼ ଓ ହାତକୁ ଶରୀରରୁ ଅଲଗା କରି ଦିଆଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୁବଳୟା ପୁଲିସ୍‌ ଘଟଣାର ତଦନ୍ତ କରୁଛି।