ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ, ତା’ପରେ…
- Published: Thursday, 01 March 2018
- , Updated: 01 March 2018, 09:41 AM IST
<p>ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମାଡ଼ିସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଅଭୟ ମାଝୀ (୨୫) ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ୯ମାସର ପୁଅକୁ ତଣ୍ଟିଚିପି ହତ୍ୟା କରିଛି । ଏହାପରେ ଶବକୁ ନିଜ ବାଡ଼ିରେ ପୋତି ଦେଇଥିଲା। ତେବେ ପୋତାଯାଇଥିବା ଶବ ନିକଟରୁ ଦୁର୍ଗନ୍ଧ ବାହାରିବାରୁ ଗତକାଲି ଏହି ଘଟଣା ଜଣାପଡ଼ିଥିଲା। ଗତ ୨୪ ତାରିଖରେ ଏହି ଘଟଣା ଘଟିଥିଲା।</p>
<p>ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳକୁ ଯାଇ ଗଳିତ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ଅଭିଯୁକ୍ତ ଅଭୟଙ୍କୁ ପୋଲିସ ଗିରଫ କରିଛି।</p>
<p>ଗତ ୬ ବର୍ଷ ତଳେ ଅଭୟ ନାନ୍ଦପୁର ଗାଁର ପଦ୍ମାବତୀଙ୍କୁ ବିବାହ କରିଥିଲେ।</p>