କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଯୁବକଙ୍କ ନାଁ ହେଲା ସଞ୍ଜୟ ପ୍ରଧାନ ।
ଆଜି ସକାଳେ ସଞ୍ଜୟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ତାଙ୍କୁ ହଠାତ୍ କୁମ୍ଭୀର ଟାଣି ନେଇଥିଲା। ଗାଁ ଲୋକ କୁମ୍ଭୀର ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତାଙ୍କୁ ଖୋଜା ଚାଲିଛି।
ସୂଚନାଥାଉ କି, ମାର୍ଚ୍ଚ ୭ରେ ରାଜନଗର ବ୍ଳକ୍ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିଲେ। ସେ ଘାଟରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢ଼ି ସେ କୌଣସି ମତେ ନିଜକୁ ବଞ୍ଚାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକ୍କୁ ଧକ୍କା ଦେଲା କାର୍: ଶାଶୁ ମୃତ, ଜ୍ୱାଇଁ ଗୁରୁତର
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।
Crime
ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ
ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍ପିକୁ ଖବର ଦେଇଥିଲେ।