କାର ଉପରକୁ ଗୁଳି କରି ଲୁଟିନେଲେ ୫୦ ଲକ୍ଷ ଟଙ୍କା

ଆଠଗଡ଼ (ନୀଳକଣ୍ଠ ଦୋରା): ଜମି କିଣିବା ପାଇଁ ଜଣେ ବ୍ୟକ୍ତି ନଗଦ ୫୦ ଲକ୍ଷ ଟଙ୍କା ଧରି ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ୩ ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ କାର୍‌ ଉପରକୁ ଗୁଳି କରି ସବୁ ଟଙ୍କା ଲୁଟିନେଇଛନ୍ତି। ଏପରି ଘଟଣା କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ରାସ୍ତାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଢେଙ୍କାନାଳର ହୋମିଓପ୍ୟାଥି ଡାକ୍ତର ବି.କେ ମହାପାତ୍ର ଆଜି […]

car-loot

Manoranjan Sial
  • Published: Tuesday, 09 July 2019
  • , Updated: 09 July 2019, 07:02 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଜମି କିଣିବା ପାଇଁ ଜଣେ ବ୍ୟକ୍ତି ନଗଦ ୫୦ ଲକ୍ଷ ଟଙ୍କା ଧରି ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ୩ ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ କାର୍‌ ଉପରକୁ ଗୁଳି କରି ସବୁ ଟଙ୍କା ଲୁଟିନେଇଛନ୍ତି। ଏପରି ଘଟଣା କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ରାସ୍ତାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଢେଙ୍କାନାଳର ହୋମିଓପ୍ୟାଥି ଡାକ୍ତର ବି.କେ ମହାପାତ୍ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ୫୦ ଲକ୍ଷ ଟଙ୍କା ଧରି ଜଣେ ବନ୍ଧୁଙ୍କ ସହ ଭୁବନେଶ୍ୱରରୁ ଢେଙ୍କାନାଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ କେଟିଏମ୍‌ ବାଇକ୍‌ରେ ତାଙ୍କ କାର୍‌କୁ ପିଛା କରିଥିଲେ। ଏସ୍‌ଆର ପେଟ୍ରୋଲ ପମ୍ପ ନିକଟସ୍ଥ କପୁରସିଂ ପାଖରେ ଦୁର୍ବୃତ୍ତମାନେ ପ୍ରଥମେ କାର୍‌ ଆଗ କାଚକୁ କାଦୁଅ ଫିଙ୍ଗି ଥିଲେ। ଏହି ସମୟରେ ଚାଳକ ଗାଡ଼ି ଛିଡ଼ା କରି କାଦୁଅ ସଫା କରୁଥିବା ବେଳେ ଦୁର୍ବୃତ୍ତମାନେ କାର୍‌ ଆଗ ପାର୍ଶ୍ୱରୁ ଗୁଳି କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ଗୁରୁଡ଼ିଝାଟିଆ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

Related story