ପୁରୀ (ଓଡ଼ିଶା ରିପୋର୍ଟର): କରୋନା ଭାଇରସର ମୁକାବିଲା ପାଇଁ ୩୦ଟି ଜିଲ୍ଲାକୁ ଲକ୍ଡାଉନ୍ କରି ଦିଆଯାଇଛି। ଏହି ସମୟରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। କେହି ଘରୁ ବାହାରୁ ନଥିବା ବେଳେ ପୁଲିସ୍ କର୍ମଚାରୀମାନେ ବିଭିନ୍ନ ଛକରେ ଦିନରାତି ଡ୍ୟୁଟି କରୁଛନ୍ତି। ସେମାନଙ୍କ ସୁଖ ଦୁଃଖ ପାଇଁ ପୁରୀରେ ଜଣେ ସ୍ୱେଚ୍ଛାସେବୀ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ରାତିରେ ସେ ବୁଲି ବୁଲି ପୁଲିସ୍ କର୍ମଚାରୀଙ୍କୁ ଚାହା ବାଣ୍ଟୁଛନ୍ତି। ତାଙ୍କ ନାଁ ନିରଞ୍ଜନ ଦାସ।
ନିରଞ୍ଜନ ରାତିରେ ଚାହା କେଟଲି ଧରି ବାଇକ୍ରେ ଏ ଛକରୁ ସେ ଛକ ବୁଲନ୍ତି। ବିଭିନ୍ନ ଛକରେ ଜଗିଥିବା ପୁଲିସ୍ କର୍ମଚାରୀଙ୍କୁ ଚାହା ଦେଇଥାନ୍ତି।
ନିରଞ୍ଜନଙ୍କ ହାତରୁ ଚାହା ପିଇ ପୁଲିସ୍ କର୍ମଚାରୀମାନେ ଖୁସି ମଧ୍ୟ ହେଉଛନ୍ତି।
ନିରଞ୍ଜନ ଦାସ କହିଛନ୍ତି,“ କରୋନା ପାଇଁ ବର୍ତ୍ତମାନ ଆମ ଦେଶ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ଏହି ସମୟରେ କେହି ଘରୁ ବାହାରୁ ନଥିବା ବେଳେ ପୁଲିସ୍ ଭାଇମାନେ କରୋନାକୁ ଭୟ ନକରି ଦିନ ରାତି ଡ୍ୟୁଟି କରୁଛନ୍ତି। ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।