ଗୁଳିମାଡ଼ରେ ସମିତି ସଭ୍ୟଙ୍କ ସ୍ୱାମୀ ମୃତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଗୁଳିମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଜୀବନ। ଏହି ଦୁଃଖଦ ଘଟଣା ଆଜି ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ବ୍ୟକ୍ତିଙ୍କ ନାଁ ଲୋକନାଥ ବିଶ୍ୱାଳ। ତାଙ୍କ ପତ୍ନୀ ବନିତା ବିଶ୍ୱାଳ ଏଥର ବେଲପଡ଼ା ବ୍ଲକ ବାଗଡ଼ୋର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଲୋକନାଥ ତାଙ୍କ ଗାଁ ବନମାଳ ସ୍ଥିତ ଘରେ ଥିବା ବେଳେ ଦୁଇ ଜଣ ବ୍ୟକ୍ତି […]

dead

dead

Jitendra Garnayak
  • Published: Monday, 28 March 2022
  • Updated: 28 March 2022, 09:44 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଗୁଳିମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଜୀବନ। ଏହି ଦୁଃଖଦ ଘଟଣା ଆଜି ଘଟିଛି ବଲାଙ୍ଗିର ଜିଲ୍ଲାରେ।
ମୃତ ବ୍ୟକ୍ତିଙ୍କ ନାଁ ଲୋକନାଥ ବିଶ୍ୱାଳ। ତାଙ୍କ ପତ୍ନୀ ବନିତା ବିଶ୍ୱାଳ ଏଥର ବେଲପଡ଼ା ବ୍ଲକ ବାଗଡ଼ୋର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଲୋକନାଥ ତାଙ୍କ ଗାଁ ବନମାଳ ସ୍ଥିତ ଘରେ ଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଭେଟିବାକୁ ଆସିଥିଲେ। ସେମାନେ ବାଇକ୍‌ରେ ଆସିଥିଲେ। କଥାବାର୍ତ୍ତା ବେଳେ ହଠାତ୍ ସେମାନେ ଲୋକନାଥଙ୍କ ଉପରକୁ ଗୁଳି କରିଥିଲେ। ଲୋକନାଥଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ଏକ ରାଜନୀତିକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନି। ସୂଚନାଯୋଗ୍ୟ, ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକନାଥଙ୍କ ପତ୍ନୀ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। କୁହାଯାଉଛି, ଏହା ପଛରେ ଲୋକନାଥଙ୍କ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତିକି ତାଙ୍କ ଉଦ୍ୟମରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ବି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା କୁହାଯାଉଛି।

ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos