ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

ନୂଆପଡ଼ା(ମାୟାଧର ସରାଫ୍‌): ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କେନ୍ଦୁପାଟି ଗାଁରେ। ମୃତ ବୃଦ୍ଧଙ୍କ ନାଁ ନକୁଳ ବନଛୋର (୭୦)। ତାଙ୍କ ପୁଅର ନାଁ  ପୂର୍ଣ୍ଣ ବନଛୋର। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ପରେ ପୂର୍ଣ୍ଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ତେବେ ଗାଁର ଗ୍ରାମରକ୍ଷୀଙ୍କ ଠାରୁ ଖବର ପାଇ ଖଡ଼ିଆଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ପ୍ରକୃତ […]

deadbody

Jyoshna Pradhan
  • Published: Thursday, 11 July 2019
  • , Updated: 11 July 2019, 12:34 PM IST

ନୂଆପଡ଼ା(ମାୟାଧର ସରାଫ୍‌): ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କେନ୍ଦୁପାଟି ଗାଁରେ। ମୃତ ବୃଦ୍ଧଙ୍କ ନାଁ ନକୁଳ ବନଛୋର (୭୦)। ତାଙ୍କ ପୁଅର ନାଁ  ପୂର୍ଣ୍ଣ ବନଛୋର।

ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ପରେ ପୂର୍ଣ୍ଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ତେବେ ଗାଁର ଗ୍ରାମରକ୍ଷୀଙ୍କ ଠାରୁ ଖବର ପାଇ ଖଡ଼ିଆଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story