ସ୍ତ୍ରୀକୁ ମାରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଅରଖକୁଦ ଗାଁର ଜଣେ ବ୍ୟକ୍ତି ଆଜି ତାଙ୍କ ସ୍ତ୍ରୀଙ୍କୁ ମାରି ଦେବା ପରେ ପାଟକୁରା ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ମହିଳାଙ୍କ ନାଁ ବବିତା ଜେନା। ତାଙ୍କ ସ୍ୱାମୀଙ୍କ ନାଁ ଚନ୍ଦନ ଜେନା। ପାଞ୍ଚବର୍ଷ ତଳେ ଚନ୍ଦନ ମହଙ୍ଗା ଥାନା କୁମୁଡ଼ା ଜୟପୁର ଗାଁର ବବିତାଙ୍କୁ ଭଲ ପାଇ ବିବାହ କରିଥିଲେ। ତେବେ ଆଜି ସକାଳେ ପାରିବାରିକ କଳହକୁ ନେଇ ଚନ୍ଦନ ଏକ ଧାରୁଆ ଅସ୍ତ୍ରରେ ବବିତାଙ୍କୁ ଆକ୍ରମଣ କରିଥିଲେ। […]

murder1

Jitendra Garnayak
  • Published: Sunday, 09 June 2019
  • , Updated: 09 June 2019, 01:39 PM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଅରଖକୁଦ ଗାଁର ଜଣେ ବ୍ୟକ୍ତି ଆଜି ତାଙ୍କ ସ୍ତ୍ରୀଙ୍କୁ ମାରି ଦେବା ପରେ ପାଟକୁରା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ମୃତ ମହିଳାଙ୍କ ନାଁ ବବିତା ଜେନା। ତାଙ୍କ ସ୍ୱାମୀଙ୍କ ନାଁ ଚନ୍ଦନ ଜେନା।

ପାଞ୍ଚବର୍ଷ ତଳେ ଚନ୍ଦନ ମହଙ୍ଗା ଥାନା କୁମୁଡ଼ା ଜୟପୁର ଗାଁର ବବିତାଙ୍କୁ ଭଲ ପାଇ ବିବାହ କରିଥିଲେ। ତେବେ ଆଜି ସକାଳେ ପାରିବାରିକ କଳହକୁ ନେଇ ଚନ୍ଦନ ଏକ ଧାରୁଆ ଅସ୍ତ୍ରରେ ବବିତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଚନ୍ଦନ ଘର କବାଟ ବନ୍ଦ କରି ଥାନାରେ ଯାଇ ଆତ୍ମସର୍ପଣ କରିଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକି ଟିମ୍‌ ମଧ୍ୟ ପହଞ୍ଚି ଛାନ୍‌ଭିନ୍‌ କରିଛି।

Related story