ଧୋଇଗଲା ଆପ୍ରୋଚ ରୋଡ ; ଜୁନାଗଡ଼-ଧର୍ମଗଡ଼ ଯାତାୟତ ଠପ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବଡ଼ବସୁଲ ନିକଟରେ ଧୋଇଗଲା ଆପ୍ରୋଚ ରୋଡ । ଫଳରେ  ଜାତୀୟ ରାଜପଥ-୧୩୦ (ସି)ରେ ଗମନାଗମନ ବନ୍ଦ ରହିଛି । ରାସ୍ତାର ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଛି । କଳାହାଣ୍ଡି ଦେଇ ଯାଇଥିବା ୧୩୦(ସି) ଜାତୀୟ ରାଜପଥ ଉପରେ ବଡ଼ବସୁଲ ପାଖରେ ପୋଲ ନିର୍ମାଣ ଚାଲିଥିବାବେଳେ ଯାତାୟାତ ଲାଗି କଡ଼ରେ ଗୋଟିଏ ଆପ୍ରୋଚ ରୋଡ ହୋଇଥିଲା।  ତେବେ ଗତକାଲି ରାତ୍ରରୁ ପ୍ରବଳ ବର୍ଷା […]

aproach-road

  • Published: Saturday, 23 July 2022
  • , Updated: 23 July 2022, 12:02 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବଡ଼ବସୁଲ ନିକଟରେ ଧୋଇଗଲା ଆପ୍ରୋଚ ରୋଡ । ଫଳରେ  ଜାତୀୟ ରାଜପଥ-୧୩୦ (ସି)ରେ ଗମନାଗମନ ବନ୍ଦ ରହିଛି । ରାସ୍ତାର ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଛି ।

କଳାହାଣ୍ଡି ଦେଇ ଯାଇଥିବା ୧୩୦(ସି) ଜାତୀୟ ରାଜପଥ ଉପରେ ବଡ଼ବସୁଲ ପାଖରେ ପୋଲ ନିର୍ମାଣ ଚାଲିଥିବାବେଳେ ଯାତାୟାତ ଲାଗି କଡ଼ରେ ଗୋଟିଏ ଆପ୍ରୋଚ ରୋଡ ହୋଇଥିଲା।  ତେବେ ଗତକାଲି ରାତ୍ରରୁ ପ୍ରବଳ ବର୍ଷା ଯୋଗୁଁ ଏହି ଆପ୍ରୋଚ ରୋଡଟି ଧୋଇଯାଇଛି । ଫଳରେ ଜୁନାଗଡ଼ ଓ ଧର୍ମଗଡ ମଧ୍ୟରେ ଗମନାଗମନ ଠପ୍ ହୋଇଛି । ଏହି ରାସ୍ତାରେ ଗାଡି ଚଳାଚଳକୁ ବନ୍ଦ କରିଛି ପ୍ରଶାସନ ।

ଗତ ୧୦ ଦିନ ତଳେ ଏହି ଅସ୍ଥାୟୀ ପୋଲ ଧୋଇ ହୋଇଯିବା ଫଳରେ ୫ ଦିନ ଯାତାୟାତ ଠପ୍ ଥିଲା । ଏହାପରେ ଉକ୍ତ ରାସ୍ତାକୁ ଯାତାୟତ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ବେଳେ ପୁଣି ଥରେ ଗତକାଲି ରାତିରୁ ଧୋଇ ହୋଇଯାଇଛି ରାସ୍ତା। ଫଳରେ ବାହ୍ୟଜଗତ ସହ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଜରୁରୀକାଳୀନ ସେବା ବି ଠପ୍‌ ହୋଇଯାଇଛି।

Related story