ମଣଦାରେ ହାତୀ ଭାଙ୍ଗିଲେ ୧୪ ଘର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ମଣଦା ଗାଁରେ ହାତୀ ଆତଙ୍କ। ଗତକାଲି ବିଳମ୍ୱିତ ରାତିରେ ଗାଁକୁ ୧୬ଟି ହାତୀ ପଶି ଆସି ବ୍ୟାପକ ଫସଲହାନୀ କରିବା ସହିତ ଓ ୧୪ଟି ଘର ଭାଙ୍ଗି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଆଜି ଦୀର୍ଘ ସମୟ ଧରି ଯଶିପୁର-ମଣଦା ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ଓ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା […]

elephant

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 12:23 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ମଣଦା ଗାଁରେ ହାତୀ ଆତଙ୍କ। ଗତକାଲି ବିଳମ୍ୱିତ ରାତିରେ ଗାଁକୁ ୧୬ଟି ହାତୀ ପଶି ଆସି ବ୍ୟାପକ ଫସଲହାନୀ କରିବା ସହିତ ଓ ୧୪ଟି ଘର ଭାଙ୍ଗି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ହାତୀପଲଙ୍କୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଆଜି ଦୀର୍ଘ ସମୟ ଧରି ଯଶିପୁର-ମଣଦା ରାସ୍ତାକୁ ଅବରୋଧ କରିଥିଲେ।

ପୋଲିସ ଓ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ହାତୀ ଘଉଡାଇବା ପକ୍ରିୟା ଆରମ୍ଭ କରିଛନ୍ତି।

ହାତୀପଲ ଝାଡଖଣ୍ଡରୁ ପଳାଇ ଆସିଥିବା କୁହାଯାଉଛି।

Related story