ଆମର ନିର୍ବନ୍ଧ ସରିଥିଲା, ଘୁଞ୍ଚାଇ ଦେଲୁ

କଟକ/ଜୟପୁର/ ବ୍ରହ୍ମପୁର: (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଡର ହେଉ କି ଲକ୍‌ଡାଉନ୍ କଟକଣା। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତା’ସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ ବାହାଘର ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।  ତେବେ ଏଭଳି ସ୍ଥିତି ଯେ, ଖାଲି ସାଧାରଣ ଲୋକଙ୍କ କ୍ଷେତ୍ରରେ ଘଟିଛି […]

700

700

Tapas Behera
  • Published: Tuesday, 28 April 2020
  • Updated: 29 April 2020, 09:38 AM IST

Sports

Latest News

କଟକ/ଜୟପୁର/ ବ୍ରହ୍ମପୁର: (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଡର ହେଉ କି ଲକ୍‌ଡାଉନ୍ କଟକଣା। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତା’ସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ ବାହାଘର ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।  ତେବେ ଏଭଳି ସ୍ଥିତି ଯେ, ଖାଲି ସାଧାରଣ ଲୋକଙ୍କ କ୍ଷେତ୍ରରେ ଘଟିଛି ତା’ ନୁହେଁ, ଅନେକ କରୋନା ଯୋଦ୍ଧା ବି ୟାକୁ ସାମ୍ନା କରିଛନ୍ତି।

ବାହାଲଗ୍ନକୁ ଅକସ୍ମାତ୍ ରୋକିଦେଲା ଲକ୍‌ଡାଉନ୍ । ପରିବାର ଓ ବନ୍ଧୁ ଶୁଭେଛୁଙ୍କ ଗହଣରେ ଧୁମ୍‌ଧାମ୍‌ରେ ସରିଥିଲା ନିର୍ବନ୍ଧ। ଜମାଣିଆ ଢଙ୍ଗରେ ହୋଇଥିଲା ରିଂ-ସେରିମନି।  କେବଳ ଅପେକ୍ଷା ଥିଲା ବାହାଘରକୁ । ମେ ୫ ତାରିଖରେ ନୂଆ ଜୀବନ ଆରମ୍ଭ କରିଥାନ୍ତେ ସୌମେଶ ଓ ଶିବାନୀ। ହେଲେ ସବୁ ବିଗାଡ଼ି ଦେଲା ଲକ୍‌ଡାଉନ୍। ଏଭଳି ସ୍ଥିତିରେ ପୁଅ ବାହାଘରକୁ ନେଇ ବଡ଼ ଚିନ୍ତାରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଶ୍ରୀରାମନଗର ବାସିନ୍ଦା ଭାସ୍କର ମିଶ୍ରଙ୍କ ପରିବାର। ଗାଡ଼ି ଘୋଡ଼ା ଚାଲୁନଥିବାରୁ ପୁଅ ମୁମ୍ବାଇରେ ତ ଭାବି ବୋହୂ ବାଙ୍ଗାଲୋରରୁ ଫେରିପାରୁ ନାହାନ୍ତି । ତେଣୁ ବାହାଘର ହେବ କେମିତି ? ତାସହ ଏବେ କରୋନା ସଂକ୍ରମଣ ସ୍ଥିତି ଯାହା, ବାହାଘର ତାରିଖ ପୁଣି କେବେ ସ୍ଥିର ହେବ ସେକଥା ବି କାହାକୁ ଜଣାନାହିଁ।

ତେଣେ ସମାନ ଚିନ୍ତା କଟକ ତୁଳସୀପୁରସ୍ଥିତ ଶଶୀମଣୀ କୂଟୀରର ମାଲିକ ଶରତ ସାହୁଙ୍କ ପରିବାରରେ। ମେ’ ୧ ତାରିଖରେ ପୁଅ ସଚିନଙ୍କ ବାହାଘର ପାଇଁ ପ୍ରାୟ ସବୁ ପ୍ରସ୍ତୁତି ସାରି ଦେଇଥିଲେ। ଶରତ ଏମିତିକି ନିମନ୍ତ୍ରଣ କାର୍ଡ ଛପାଇ କିଛି କିଛି ବାଣ୍ଟି ମଧ୍ୟ ସାରିଥିଲେ । ମଙ୍ଗଳାବାଗ ଅଞ୍ଚଳର ସରସ୍ୱତୀ ଦେବୀଙ୍କ ଝିଅ ସ୍ମୃତିଙ୍କ ସହ ଆଉ ୨ଦିନ ପରେ ସଚିନଙ୍କ ହାତଗଣ୍ଠି ପଡିଥାନ୍ତା। ହେଲେ ଲକ୍‌ଡାଉନ୍ ପାଇଁ ବାହାଘର ବନ୍ଦ। ସମସ୍ତଙ୍କ ମନ ଟିକେ ଫିକା ପଡିଯାଇଛି । ହେଲେ କରୋନା ସଂକ୍ରମଣରୁ ରକ୍ଷା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେଲେ ବାହାଘର ଘୁଞ୍ଚାଇବା ହିଁ ସଠିକ୍ ନିଷ୍ପତ୍ତି ବୋଲି ସମସ୍ତେ ଅନୁଭବ କରିଛନ୍ତି।

ସେହିପରି କରୋନା ଯୁଦ୍ଧବେଳେ ଜାଗ୍ରତ ଯୋଦ୍ଧା ସାଜିଥିବା ଦୁଇ ପୁଲିସ ଅଧିକାରୀ ବି ଲକ୍‌ଡାଉନ୍ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଗତ ୨୬ ତାରିଖ ଅକ୍ଷୟ ତୃତୀୟାରେ ପରସ୍ପରର ହାତ ଧରି ସବୁ ଦିନ ପାଇଁ ସାଥୀ ହୋଇଥାନ୍ତେ ବ୍ରହ୍ମପୁର ସଦର ଥାନାରେ କାର୍ଯ୍ୟରତ ଏସ୍ଆଇ ବିଭୂତି ଭୂଷଣ ସେଠୀ ଓ ଭଦ୍ରକ ତିହିଡ଼ି ଥାନାରେ କାର୍ଯ୍ୟରତ ସସ୍ମିତା।  ସବୁ ପ୍ରସ୍ତୁତି ସରିଥିଲା, କାର୍ଡ ବଣ୍ଟା ଯାଇ ବନ୍ଧୁ ନିମନ୍ତ୍ରଣ ବି ସରିଥିଲା । ହେଲେ ଲକ୍‌ଡାଉନ୍ ସହ ସାମାଜିକ ଦୂରତ୍ୱ ନିୟମକୁ ମାନି ନିଜ ସ୍ୱାର୍ଥକୁ ପଛ କରି ଦେଇଥଲେ ବିଭୂତି ଓ ସସ୍ମିତା। ଡ୍ୟୁଟି ବେଳରେ ବାହାଘରକୁ ପଛ କରି ଘୁଞ୍ଚାଇ ଦେଇଛନ୍ତି ତାରିଖ।

ସେପଟେ ଜ୍ୟୋତିଷଙ୍କ ମତରେ ଉତ୍କଳୀୟ ପାଞ୍ଜି ଅନୁସାରେ ଆସନ୍ତା ଜୁଲାଇ ୧୫ ପରଠାରୁ ନଭେମ୍ବର ୨୫ ମଧ୍ୟରେ ଆଉ ମାଙ୍ଗଳିକ କାଅର୍ଯ୍ୟ ଯୋଗ ନାହିଁ । ତେଣୁ ଲକ୍‌ଡାଉନ୍ ଖୋଲିଲେ ବି ସଂକ୍ରମଣ କଟକଣା ଭିତରେ କିଭଳି ହେବ ବାହାଘର ତାକୁ ନେଇ ବି ବଢିଲାଣି ଚିନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story