ମନୋଜ କୁମାର ପଣ୍ଡା ପାଇବେ ୨୦୧୫ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଲେଖକ ମନୋଜ କୁମାର ପଣ୍ଡା ପାଇବେ ୧୦୧୫ ଶାରଳା ପୁରସ୍କାର । ତାଙ୍କ ରଚିତ ଗଳ୍ପ ସଂକଳନ ‘ମାୟା ବଗିଚା’ ପାଇଁ ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାର ସ୍ୱରୂପ ପଣ୍ଡାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ସେହିପରି ରାଜ୍ୟର ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ […]

manoj kumar panda

manoj kumar panda

Rakesh Mallick
  • Published: Wednesday, 19 August 2015
  • Updated: 20 August 2015, 01:28 AM IST

ଭୁବନେଶ୍ୱର: ବିଶିଷ୍ଟ ଲେଖକ ମନୋଜ କୁମାର ପଣ୍ଡା ପାଇବେ ୧୦୧୫ ଶାରଳା ପୁରସ୍କାର । ତାଙ୍କ ରଚିତ ଗଳ୍ପ ସଂକଳନ ‘ମାୟା ବଗିଚା’ ପାଇଁ ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାର ସ୍ୱରୂପ ପଣ୍ଡାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ସେହିପରି ରାଜ୍ୟର ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଇଲା ପଣ୍ଡା ସ୍ମାରକୀ ସଙ୍ଗୀତ’ ଏବଂ ‘ଇଲା ପଣ୍ଡା ସ୍ମାରକୀ ଚିତ୍ରକଳା’ ସମ୍ମାନରେ ସମ୍ମାନିତ କରାଯିବ । ଚଳିତବର୍ଷ ସଙ୍ଗୀତ କ୍ଷେତ୍ରରେ ଭୀମସେନ ଶତପଥୀ ଏବଂ ଚିତ୍ରକଳା କ୍ଷେତ୍ରରେ ଡି. ନାରାୟଣ ରାଓଙ୍କୁ ଏଥିପାଇଁ ମନୋନୀତ କରାଯାଇଛି । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଆସନ୍ତା ଅକ୍ଟୋବର ୨୬ ତାରିଖରେ ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ସ୍ୱତନ୍ତ୍ର ଉତ୍ସବରେ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ । ଉତ୍ସବରେ ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ‘ଶାରଳା ପୁରସ୍କାର’ ପ୍ରତିଷ୍ଠ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos