ମନ୍ତ୍ରୀମାନଙ୍କ ପାଇଁ ଜାରି ହେଲା ୫ ସୁତ୍ରୀ ଗାଇଡ ଲାଇନ୍

ଭୁବନେଶ୍ୱର: ମନ୍ତ୍ରୀମାନଙ୍କ ପାଇଁ ଜାରି ହୋଇଛି ୫ ସୁତ୍ରୀ ଗାଇଡଲାଇନ। ଚତୁର୍ଥ ଇନିସଂର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରିପରିଷଦ ବୈଠକରେ ଜାରି ହୋଇଛି ଏହି ଗାଇଡ ଲାଇନ୍। ଏଥିରେ ମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ ଆସନ୍ତା ୪ବର୍ଷ ପାଇଁ ବାର୍ଷିକ ୱାର୍କପ୍ଲାନ୍ ପ୍ରସ୍ତୁତ କର। ଏହାକୁ କିଏ ଓ କିପରି କାର୍ଯ୍ୟକାରୀ କରିବ ତାହା ବି ନିର୍ଦ୍ଧାରଣ କରି। ଆବଶ୍ୟକସ୍ଥଳେ ତୃତୀୟ ପକ୍ଷ ସହାୟତାରେ କାମର ଅଗ୍ରଗତିର ଯାଞ୍ଚ କର।  ସେହିପରି ଯୋଜନାଗୁଡ଼ିକରୁ ଲୋକଙ୍କୁ କେତେ ଫାଇଦା […]

naveenmantree

naveenmantree

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 01:49 PM IST

Sports

Latest News

ଭୁବନେଶ୍ୱର: ମନ୍ତ୍ରୀମାନଙ୍କ ପାଇଁ ଜାରି ହୋଇଛି ୫ ସୁତ୍ରୀ ଗାଇଡଲାଇନ। ଚତୁର୍ଥ ଇନିସଂର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରିପରିଷଦ ବୈଠକରେ ଜାରି ହୋଇଛି ଏହି ଗାଇଡ ଲାଇନ୍। ଏଥିରେ ମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ ଆସନ୍ତା ୪ବର୍ଷ ପାଇଁ ବାର୍ଷିକ ୱାର୍କପ୍ଲାନ୍ ପ୍ରସ୍ତୁତ କର। ଏହାକୁ କିଏ ଓ କିପରି କାର୍ଯ୍ୟକାରୀ କରିବ ତାହା ବି ନିର୍ଦ୍ଧାରଣ କରି। ଆବଶ୍ୟକସ୍ଥଳେ ତୃତୀୟ ପକ୍ଷ ସହାୟତାରେ କାମର ଅଗ୍ରଗତିର ଯାଞ୍ଚ କର।  ସେହିପରି ଯୋଜନାଗୁଡ଼ିକରୁ ଲୋକଙ୍କୁ କେତେ ଫାଇଦା ମିଳୁଛି ତାହା କେବଳ ବ୍ୟୁରୋକ୍ରାଟଙ୍କ ଠାରୁ ଫିଡବ୍ୟାକ ନ ନେଇ ଲୋକଙ୍କ ପାଖରୁ ସିଧାସଳଖ ତଥ୍ୟ ସଂଗ୍ରହ କର। ଏହା ସହ ପ୍ରତ୍ୟକ୍ଷ ଅନୁଭୁତି ପାଇଁ ଫିଲଡ୍ ଭିଜିଟରେ ଯାଅ। ଆଉ ତତକ୍ଷଣାତ୍ ପଦକ୍ଷେପ ନିଅ। ଲୋକଙ୍କ ଅଭିଯୋଗର କିପରି ତୁରନ୍ତ ସମାଧାନ ହେବ ସେନେଇ ନୂତନ ଚିନ୍ତନର ଆବଶ୍ୟକତା ରହିଛି। ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ ସଜାଗ ରହିବାକୁ ବି ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି। ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେଥିପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ଗାଇଡଲାଇନରେ ଉଲ୍ଲେଖ ରହିଛି।  ସେହିପରି ବିଭିନ୍ନ ସରକାରୀ ଯୋଜନା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos