ମାଓ କ୍ୟାମ୍ପରେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ

ମାଲକାନଗିରି: ମାଓବାଦୀଙ୍କ ଦ୍ୱାରା ଜଣେ ନାବାଳିକା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ। ଅଭିଯୋଗ ଅନୁସାରେ ନାବାଳିକା ଜଣଙ୍କ ଦଶହରା ଛୁଟିରେ ଘରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ରାସ୍ତାରୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ସହ ମାଓ କ୍ୟାମ୍ପରେ ସାମିଲ ହେବାକୁ ବାଧ୍ୟ କରାଯାଇଥିଲା। ନାବାଳିକା ଜଣଙ୍କ […]

maobadi

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 04:00 PM IST

ମାଲକାନଗିରି: ମାଓବାଦୀଙ୍କ ଦ୍ୱାରା ଜଣେ ନାବାଳିକା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ।

ଅଭିଯୋଗ ଅନୁସାରେ ନାବାଳିକା ଜଣଙ୍କ ଦଶହରା ଛୁଟିରେ ଘରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ରାସ୍ତାରୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ସହ ମାଓ କ୍ୟାମ୍ପରେ ସାମିଲ ହେବାକୁ ବାଧ୍ୟ କରାଯାଇଥିଲା।

ନାବାଳିକା ଜଣଙ୍କ କହିଛନ୍ତି,“କ୍ୟାମ୍ପରେ ତାଙ୍କୁ ବନ୍ଧୁକ ସଫା କରିବା ସହ ରୋଷେଇ କରିବାକୁ ପଡୁଥିଲା।”

କୌଶଳ କ୍ରମେ ନାବାଳିକା ଜଣଙ୍କ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ। ଏବେ ସେ ଆଗକୁ ପଢିବାକୁ ଚାହୁଁ ଥିବା କହିଛନ୍ତି।

ନାବାଳିକା ଜଣଙ୍କ ପଢୁଥିବା ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି,“ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ। ଉପରୁ ଅନୁମତି ମିଳିବା ପରେ ନାମ ଲେଖାଯିବ।”

ଘଟଣାର ତଦନ୍ତ ହେବ ବୋଲି ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ସେ କହିଛନ୍ତି,“ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି। କାଲିମାଳା ମହିଳା ଥାନା ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି। ପ୍ରମାଣ ମିଳିଲେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ।”

Related story