ମାଓ ଦମନ ପାଇଁ ରାଜ୍ୟକୁ ଦରକାର ଅଧିକ ପାରାମିଲିଟାରୀ ଫୋର୍ସ: ସିଆରପିଏଫ୍ ଡିଜି

ଭୁବନେଶ୍ୱର: ଲାଲ୍ ବାହିନୀର ଦମନ ଲାଗି ଓଡ଼ିଶା ପାଇଁ ଅଧିକ ପାରାମିଲିଟାରୀ ଫୋର୍ସର ଆବଶ୍ୟକତା ରହିଛି। ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଏହି କଥା। ଆଜି ମାଓ ପ୍ରବଣ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ପ୍ରକାଶ ଏହା କହିଛନ୍ତି। ସେ କହିଥିଲେ, ନୂଆପଡ଼ା, କଳାହାଣ୍ଡି ଆଦି ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେ ସବୁ ଅଞ୍ଚଳ ପାଇଁ ଅଧିକ ଫୋର୍ସ ଆବଶ୍ୟକ। ସେହିପରି ସିଆରପିଏଫ୍ ଏବେ ବ୍ୟବହାର କରୁଥିବା […]

prakashmishra

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 03:01 PM IST

ଭୁବନେଶ୍ୱର: ଲାଲ୍ ବାହିନୀର ଦମନ ଲାଗି ଓଡ଼ିଶା ପାଇଁ ଅଧିକ ପାରାମିଲିଟାରୀ ଫୋର୍ସର ଆବଶ୍ୟକତା ରହିଛି। ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଏହି କଥା। ଆଜି ମାଓ ପ୍ରବଣ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ପ୍ରକାଶ ଏହା କହିଛନ୍ତି।

ସେ କହିଥିଲେ, ନୂଆପଡ଼ା, କଳାହାଣ୍ଡି ଆଦି ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେ ସବୁ ଅଞ୍ଚଳ ପାଇଁ ଅଧିକ ଫୋର୍ସ ଆବଶ୍ୟକ। ସେହିପରି ସିଆରପିଏଫ୍ ଏବେ ବ୍ୟବହାର କରୁଥିବା ଡ୍ରୋନ୍ ବା ଚାଳକବିହୀନ ବିମାନରୁ ଭଲ ପରିଣାମ ମିଳିନଥିବାରୁ ଭବିଷ୍ୟତରେ ନୂଆ ପ୍ରକାର ଡ୍ରୋନ୍ ଆଣିବାକୁ ଯୋଜନା ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମାଓବାଦୀମାନେ ସେମାନଙ୍କୁ ସଂଗଠିତ କରିବାକୁ ପୁଣି ଚେଷ୍ଟା କରୁଛନ୍ତି। ରାଜ୍ୟ ପୋଲିସକୁ ଏଥିପ୍ରତି ସଜାଗ ହେବାକୁ ପଡ଼ିବ।

ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ଆଜି ସୁନାବେଡା ନିକଟସ୍ଥ ୨୦୨ କୋବ୍ରା ବାଟାଲିୟନ୍ ପରିଦର୍ଶନ କରିବା ସହ ସିଆରପିଏଫ୍ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

Related story