ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ମାରିଲେ ମାଓବାଦୀ

ନାରାୟଣପାଟଣା: ସହିଦ ସପ୍ତାହ ପାଳନ ପୂର୍ବରୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଆସନ୍ତା ୨୮ ରୁ ୩ ତାରିଖ ପର୍ଯ୍ୟନ୍ତ ଲାଲବାହିନୀ ସହିଦ ସପ୍ତାହ ପାଳନ କରୁଥିବା ବେଳେ ସହିଦଙ୍କ ସ୍ୱପ୍ନ ସାକାର କରିବାକୁ ଆହ୍ୱାନ ଦେଇଛି। ବ୍ଳକ୍‌ର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ କୋରାପୁଟ଼-ଶ୍ରୀକାକୁଲମ୍ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ଗତକାଲି ନାରାୟପାଟଣା ବ୍ଳକ୍ ତଳଗୁମାଣ୍ଡି ପଞ୍ଚାୟତରେ ମାଓ ପୋଷ୍ଟର ଲାଗିଥିବା ବେଳେ ଆଜି ପୋଡ଼ାପଦର ବିଏସ୍‌ଏଫ୍‌ କ୍ୟାମ୍ପଠାରୁ ଅଳ୍ପ ଦୂରରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି। ସେହିପରି ପୋଡ଼ାପଦର ପଞ୍ଚାୟତ କାର୍ଯ୍ୟାଳୟ ଓ ଝଞ୍ଜାବତୀ ନଦୀ ନିକଟରେ ମଧ୍ୟ ବ୍ୟାନର ଲଗାଯାଇଛି।