ମାଓ ସହିଦ ସପ୍ତାହରେ ଛତିଶଗଡ଼ ପୋଲିସକୁ ସଫଳତା; ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ମାଲକାନଗିରି: ମାଓବାଦୀମାନେ ଏବେ ପାଳନ କରୁଛନ୍ତି ସହିଦ ସପ୍ତାହ ଦିବସ। ଏହି ସପ୍ତାହର ଦ୍ୱିତୀୟ ଦିନରେ ଗତକାଲି ଛତିଶଗଡ଼ ପୋଲିସକୁ ମିଳିଛି ଏକ ସଫଳତା। ଦାନ୍ତେୱାଡ଼ା ଜିଲ୍ଲା ମିକିପାଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ବେଳେ ସେଠାରେ ଚଢ଼ଉ କରିଥିଲା ପୋଲିସ୍। ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ପୋଲିସ୍ କିଛି ଅସ୍ତ୍ରଶସ୍ତ୍ର ଓ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଜିନିଷ ଜବତ କରାଯାଇଛି। ସହିଦ ସପ୍ତାହ ଅବସରରେ ଏହି ମାଓବାଦୀମାନେ ବଡ଼ […]

malkangiri

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 04:43 AM IST

ମାଲକାନଗିରି: ମାଓବାଦୀମାନେ ଏବେ ପାଳନ କରୁଛନ୍ତି ସହିଦ ସପ୍ତାହ ଦିବସ। ଏହି ସପ୍ତାହର ଦ୍ୱିତୀୟ ଦିନରେ ଗତକାଲି ଛତିଶଗଡ଼ ପୋଲିସକୁ ମିଳିଛି ଏକ ସଫଳତା। ଦାନ୍ତେୱାଡ଼ା ଜିଲ୍ଲା ମିକିପାଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ବେଳେ ସେଠାରେ ଚଢ଼ଉ କରିଥିଲା ପୋଲିସ୍। ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ପୋଲିସ୍ କିଛି ଅସ୍ତ୍ରଶସ୍ତ୍ର ଓ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଜିନିଷ ଜବତ କରାଯାଇଛି। ସହିଦ ସପ୍ତାହ ଅବସରରେ ଏହି ମାଓବାଦୀମାନେ ବଡ଼ ଧରଣର ଅପରେସନ୍ କରିବାକୁ ପ୍ରସ୍ତୁତ ହେଉଥିଲେ ବୋଲି ଛତିଶଗଡ଼ ପୋଲିସ୍ କହିଛି।

ଅନ୍ୟପକ୍ଷରେ ଗତକାଲି ମାଲକାନଗିରି ଜିଲ୍ଲାର ବଡ଼ିଗାଟା ଜଙ୍ଗଲରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଥିଲେ।

Related story