୪ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ଭବାନୀପାଟଣା(ଅଜିତ ସିଂ): କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପାରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛି କେକେବିଏନ୍ ମାଓ ସଂଗଠନ। କନ୍ଧମାଳ ସମେତ କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି ସଂଗଠନ। ତେବେ ବର୍ତ୍ତମାନ ସୁଦ୍ଧା ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୁଡ୍ରା ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହ ପୋଷ୍ଟର ଲଗାଇଥିଲେ କେକେବିଏନ୍ ଡିଭିଜନର […]

mao

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 12:00 PM IST

ଭବାନୀପାଟଣା(ଅଜିତ ସିଂ): କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପାରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛି କେକେବିଏନ୍ ମାଓ ସଂଗଠନ। କନ୍ଧମାଳ ସମେତ କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି ସଂଗଠନ।

ତେବେ ବର୍ତ୍ତମାନ ସୁଦ୍ଧା ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୁଡ୍ରା ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହ ପୋଷ୍ଟର ଲଗାଇଥିଲେ କେକେବିଏନ୍ ଡିଭିଜନର ମାଓବାଦୀ।  ଫଳରେ ବାଲିଗୁଡ଼ାରୁ କଣ୍ଟାମାଳକୁ ଯାତାୟତ ଠପ୍‌ ହୋଇଥିଲା। ୪ଟି ଜିଲ୍ଲାରେ ମାଓବାଦୀଙ୍କ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ।

Related story