୫୦୦ ଓ ୧୦୦୦ ଟଙ୍କା ଅଚଳ ପରେ ଲାଲବାହିନୀର ଅର୍ଥକାରବାର ପ୍ରଭାବିତ

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଯୋଗୁଁ ଆତଙ୍କବାଦୀ ଓ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ଟଙ୍କା ଅଚଳ ହେବା ଯୋଗୁଁ ଲାଲବାହିନୀର ଅର୍ଥ କାରବାର ଉପରେ ପ୍ରଭାବ ପକାଇଛି। କଣ୍ଟ୍ରାକ୍ଟର, ରିୟଲ ଇଷ୍ଟେଟ ମାଲିକ ଓ ଅନ୍ୟ ବ୍ୟବସାୟୀଙ୍କ ଠାରୁ  ସେମାନେ ବିପୁଳ ଟଙ୍କାର ଆଦାୟ କରିଥାନ୍ତି। ବେଆଇନ୍‌ ଅର୍ଥକୁ ସେମାନେ ଅସ୍ତ୍ରଶସ୍ତ୍ର କିଣିବା ସମେତ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇଥାନ୍ତି। ମାଓବାଦୀମାନେ ବହୁ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ […]

mao

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 03:57 PM IST

ଭୁବନେଶ୍ୱର: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଯୋଗୁଁ ଆତଙ୍କବାଦୀ ଓ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ଟଙ୍କା ଅଚଳ ହେବା ଯୋଗୁଁ ଲାଲବାହିନୀର ଅର୍ଥ କାରବାର ଉପରେ ପ୍ରଭାବ ପକାଇଛି। କଣ୍ଟ୍ରାକ୍ଟର, ରିୟଲ ଇଷ୍ଟେଟ ମାଲିକ ଓ ଅନ୍ୟ ବ୍ୟବସାୟୀଙ୍କ ଠାରୁ  ସେମାନେ ବିପୁଳ ଟଙ୍କାର ଆଦାୟ କରିଥାନ୍ତି। ବେଆଇନ୍‌ ଅର୍ଥକୁ ସେମାନେ ଅସ୍ତ୍ରଶସ୍ତ୍ର କିଣିବା ସମେତ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇଥାନ୍ତି।

ମାଓବାଦୀମାନେ ବହୁ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ମହଜୁଦ ରଖିଥିବା ଜଣାପଡ଼ିଛି। ଏବେ ଏହି ଟଙ୍କାକୁ କିପରି ସେମାନେ ବଦଳାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ନିଜ ସମର୍ଥକମାନଙ୍କୁ ଟଙ୍କା ବଦଳାଇବାରେ ମାଓବାଦୀମାନେ ନିୟୋଜିତ କରିବାର ସମ୍ଭାବନା ରହିଛି। ଏହାସହ ଯେଉଁମାନଙ୍କୁ ଧମକଚମକ ଦେଇ ସେମାନେ ଅର୍ଥ ଆଦାୟ କରିଥାନ୍ତି ସେମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରିପାରନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଧନଜନ ଯୋଜନାରେ ଗରିବ ଲୋକେ ଖୋଲାଥିବା ଆକାଉଣ୍ଟରେ ମାଓବାଦୀମାନେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମା କରି ପରେ ଉଠାଇବାର ଅଧିକ ଆଶଙ୍କା ରହିଛି। ମାଓବାଦୀଙ୍କ ଏପରି ଉଦ୍ୟମକୁ ପଣ୍ଡ କରିବାକୁ ପୋଲିସ ଓ ସୁରକ୍ଷା ବାହିନୀ ସତର୍କ ରହିଛନ୍ତି। ମାଓ ପ୍ରଭାବିତ ଅଞ୍ଚଳରେ ଲୋକେ କେତେ ଟଙ୍କା ଜମା କରୁଛନ୍ତି, କେତେ ଟଙ୍କା ବଦଳାଉଛନ୍ତି ତାହା ଉପରେ ନଜର ରଖାଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story