ଗଳା କାଟି ମାରି ଦେଲେ ମାଓବାଦୀ

Ordigital Desk
  • Published: Sunday, 10 December 2017
  • , Updated: 10 December 2017, 10:01 AM IST
<p>ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ରାଲେଗଡ଼ା ନୂଆଟେକପଦରରେ ଜଣଙ୍କୁ ଗଳା କାଟି ମାଓବାଦୀମାନେ ହତ୍ୟା କରିଛନ୍ତି। ତାଙ୍କ ନାଁ ସୀତାରାମ ଖିଲ। ଆଜି ସକାଳେ ମାଓବାଦୀମାନେ ସିତାରାମଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗଳା କାଟି ହତ୍ୟା କରିଥିବା କୁହାଯାଉଛି।</p> <p>ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ବିଶାଖାପାଟନମ୍&zwnj; ଜିଲ୍ଲା ମାଡେଗାରେଲୁ ଗାଁରେ ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ।&nbsp; ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।&nbsp; ମୃତକ ଦୁଇ ଜଣ ହେଲେ କଲାକାନି ସୂରିୟା ଓ ମୁକଲା କିଶୋର।</p>

Related story