ଆଉ ଜଣଙ୍କ ଗଳାକାଟି ଦେଲେ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଲାଲ୍‌ ହିଂସା। ପୁଣି ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ନାକାମାମୁଡ଼ି ପିପଲ ପଦରରେ ସାଧୁ କେଉଟ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ରାସ୍ତା କାମକୁ ବିରୋଧ କରି ଗାଡ଼ି ପୋଡି ଦେଇଛନ୍ତି। ଗାଁରେ ଥିବା ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜାଳି ଦେଇଛନ୍ତି ମାଓବାଦୀ। ଗତକାଲି ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି। […]

murderimage

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 12:04 PM IST

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଲାଲ୍‌ ହିଂସା। ପୁଣି ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ନାକାମାମୁଡ଼ି ପିପଲ ପଦରରେ ସାଧୁ କେଉଟ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ରାସ୍ତା କାମକୁ ବିରୋଧ କରି ଗାଡ଼ି ପୋଡି ଦେଇଛନ୍ତି। ଗାଁରେ ଥିବା ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜାଳି ଦେଇଛନ୍ତି ମାଓବାଦୀ।

ଗତକାଲି ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି। ୧୦ରୁ ୧୫ ଜଣ ମାଓବାଦୀ ଆସି ସାଧୁଙ୍କୁ ଘରୁ ଡାକିନେଇ ହତ୍ୟା କରିଥିଲେ।

ସୋମବାର ଦିନ ମଧ୍ୟ ମାଲକାନଗିରିରେ ଜଣକୁ ମାଓବାଦୀମାନେ ହତ୍ୟା କରିଥିଲେ।

ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମପିଭି-୩୫ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ କାଲିମେଳା ଡିଭିଜନ ନାଁରେ ଏହି ପୋଷ୍ଟର ମରାଯାଇଛି। ଏଥିରେ ପୋଲିସ୍ କ୍ୟାମ୍ପକୁ ବିରୋଧ କରାଯିବା ସହ ପୋଲିସ ଇନଫର୍ମରଙ୍କୁ ହତ୍ୟା କରାଯିବ ବୋଲି  ଧମକ ଦିଆଯାଇଛି। ଏହାସହ ଦିଶାରୀ ଏବଂ ଗୁଣି କାମ ନ ଛାଡ଼ିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଜରିଆରେ ଧମକ ଦିଆଯାଇଛି।

https://youtu.be/voE8qUAkaSY

Related story