ବନ୍ଦକୁ ମାଓବାଦୀଙ୍କ ସମର୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବନ୍ଦକୁ ମାଓବାଦୀଙ୍କ ସମର୍ଥନ।  ଏକ ଅଡିଓ ଟେପ୍ ଜାରି କରି କୋରାପୁଟ-ଶ୍ରୀକାକୁଲମ୍ ଡିଭିଜନ ସଂପାଦିକା ଅରୁଣା ବନ୍ଦକୁ ସମର୍ଥନ ଜଣାଇଛନ୍ତି।  ୧୨ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟା ବନ୍ଦ ପାଳନ ଲାଗି ସେ ଟେପ୍‌ରେ ଆହ୍ୱାନ ଦେଇଛନ୍ତି। ମାଓବାଦୀମାନେ କୋରାପୁଟର ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି।  କୁନ୍ଦୁଲି ପୀଡ଼ିତା କାହିଁକି ଆତ୍ମହତ୍ୟା କରିଛି? ଦୀର୍ଘ ଶହେ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ କାହିଁକି ଉଚିତ୍ ନ୍ୟାୟ ମିଳିପାରିଲାନି?  ଦୋଷୀଙ୍କୁ […]

bandhcopy

Rakesh Mallick
  • Published: Wednesday, 24 January 2018
  • , Updated: 24 January 2018, 11:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବନ୍ଦକୁ ମାଓବାଦୀଙ୍କ ସମର୍ଥନ।  ଏକ ଅଡିଓ ଟେପ୍ ଜାରି କରି କୋରାପୁଟ-ଶ୍ରୀକାକୁଲମ୍ ଡିଭିଜନ ସଂପାଦିକା ଅରୁଣା ବନ୍ଦକୁ ସମର୍ଥନ ଜଣାଇଛନ୍ତି।  ୧୨ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟା ବନ୍ଦ ପାଳନ ଲାଗି ସେ ଟେପ୍‌ରେ ଆହ୍ୱାନ ଦେଇଛନ୍ତି।

ମାଓବାଦୀମାନେ କୋରାପୁଟର ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି।  କୁନ୍ଦୁଲି ପୀଡ଼ିତା କାହିଁକି ଆତ୍ମହତ୍ୟା କରିଛି? ଦୀର୍ଘ ଶହେ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ କାହିଁକି ଉଚିତ୍ ନ୍ୟାୟ ମିଳିପାରିଲାନି?  ଦୋଷୀଙ୍କୁ କାହିଁକି ଗିରଫ କରାଯାଇନି? ଏସବୁ ପ୍ରଶ୍ନ ଉଠାଇବା ସହ ମାଓବାଦୀମାନେ କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଅଡିଓ ଟେପ୍‌ରେ ଦାବି କରିଛନ୍ତି। ଏହାସହ ଆସନ୍ତା ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ ଲାଗି ଆହ୍ୱାନ ଦିଆଯାଇଛି।

Related story