ମାଲକାନଗିରି( ଓଡ଼ିଶା ରିପୋର୍ଟର): ପୁଣି ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଛତିଶଗଡ଼ ସୁକମା ଜିଲ୍ଲା ଭଟିଗୁଡ଼ାରେ ଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ଘରୁ ଟେକିନେଇ ଜଙ୍ଗଲ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ କାରଣ କଣ, ସେନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ୍ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ଦିନ ତଳୁ ସଂପୃକ୍ତ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ପରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ସେହିପରି ରାଲେଗଡ଼ାରୁ ଚିନ୍ତଲଡ଼ୋଲି ମଧ୍ୟରେ ଏସାର୍ କମ୍ପାନୀର ଏକ ପାଇପ୍ ଲାଇନକୁ ମାଓବାଦୀମାନେ କାଟି ଦେଇଛନ୍ତି। ଫଳରେ ଛତିଶଗଡ଼ର କିରଣ୍ଡୋଲ୍ ଏବଂ ବିଶାଖାପାଟଣା ମଧ୍ୟରେ ଲୌହଗୁଣ୍ଡ ପରିବହନରେ ବାଧାପ୍ରାପ୍ତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।